ବାଣୀବିହାର କ୍ୟାମ୍ପସ୍‌ରେ ବେଆଇନ ଭାବେ ରହୁଥିଲେ କାଲି ବିଦା ହେବେ । ଯେଉଁମାନେ ବେଆଇନ ଭାବେ କ୍ବାର୍ଟର୍ସ ମାଡ଼ି ବସିଛନ୍ତି ସେମାନେ କାଲି ବିଦା ହେବେ । ଆଜି ସରୁଛି ନୋଟିସ୍‌ର ଡେଡ୍‌ଲାଇନ। ଏହାରି ମଧ୍ୟରେ ଯଦି କ୍ବାର୍ଟର୍ସ ଖାଲି ନ କରାଯାଏ ତେବେ କାଲି ପୋଲିସ ଉଚ୍ଛେଦ କରିବ । ଏ ନେଇ ସୂଚନା ଦେଇଛନ୍ତି ଏସିପି ଜୋନ୍‌-୫ ବିଶ୍ବରଞ୍ଜନ ସେନାପତି ।

ସେ କହିଛନ୍ତି ବସ୍ତି କରି ରହୁଥିବା ଲୋକଙ୍କୁ ଉଚ୍ଛେଦ ପାଇଁ ଟିକେ ସମୟ ଲାଗିବ । ଅଣଛାତ୍ରଙ୍କୁ ବିଦା ପରେ ଏବେ କ୍ବାର୍ଟର୍ସ କ୍ଲିନ୍‌ ପାଇଁ କର୍ତ୍ତୃପକ୍ଷଙ୍କ ପଦକ୍ଷେପ ନିଆଯାଇଛି ।

ସୂଚନା ଯୋଗ୍ୟ; ଦୀର୍ଘଦିନ ଧରି ବାଣୀବିହାର ଛାତ୍ରାବାସ ଥିଲା ଅଣଛାତ୍ରଙ୍କ କବଜାରେ । ଉତ୍କଳ ବିଶ୍ବବିଦ୍ୟାଳୟ ହଷ୍ଟେଲରୁ ଅଣଛାତ୍ରଙ୍କୁ ବାହାର କରିବାକୁ ନେଇ କ୍ୟାମ୍ପସରେ ଚାପା ଉତ୍ତେଜନା ଦେଖାଦେଇଥିଲା  । ବାଣୀବିହାରରୁ ବସ୍ତି ହଟାଇବା ବେଳେ ଭଡ଼ାରେ ଲାଗିଥିବା ସରକାରର କ୍ବାଟର୍ସଗୁଡ଼ିକୁ ମୁକ୍ତ କରିବା ଦାବି କରିଛନ୍ତି ପ୍ରମୁଖ ଛାତ୍ର ସଙ୍ଗଠନ ଦାବି କରିଥିଲା ।

Leave a Reply

Your email address will not be published. Required fields are marked *