ଭଦ୍ରକରେ ଦୁର୍ଦ୍ଦାନ୍ତ ଅପରାଧୀକୁ ଏନ୍କାଉଣ୍ଟର । କମଳାକାନ୍ତ ଦାସ ଓରଫ ବୁଦ୍ଧିଆକୁ ଏନକାଉଣ୍ଟର କରାଯାଇଛି । ଚରମ୍ପା ମାଲ୍ ଗୋଦାମ ପାଖରେ ପୋଲିସର ଏନ୍କାଉଣ୍ଟର ହୋଇଛି । ନମ୍ବର ନଥିବା କଳା ପଲସର୍ରେ ଵୁଲୁଥିବା ବେଳେ ଏନ୍କାଉଣ୍ଟର କରାଯାଇଥିବା ଜଣାପଡ଼ିଛି। ଟାଉନ୍ ପୋଲିସକୁ ଦେଖି ପ୍ରଥମେ ୪ ରାଉଣ୍ଡ ଗୁଳିମାଡ଼ କରିଥିଲା । ଗୁଳି ବିନିମୟ ସମୟରେ ଅଭିଯୁକ୍ତ କମଳାକାନ୍ତ ଦାସ ଓରଫ ବୁଦ୍ଧିଆଙ୍କ ଡାହାଣ ଗୋଡରେ ଗୁଳି ବାଜିଥିଲା ଏବଂ ପରେ ତାଙ୍କୁ ଭଦ୍ରକ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପରେ ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ବୁଦ୍ଧିଆ ନାଁରେ ଭଦ୍ରକ ଓ ବାଲେଶ୍ବର ଜିଲ୍ଲାରେ ବିଭିନ୍ନ ଅପରାଧିକ ମାମଲା ରହିଥିବା ଭଦ୍ରକ ଏସ୍ପିଙ୍କ ସୂଚନା । ବୁଦ୍ଧିଆ ନାଁରେ ରାଜ୍ୟରେ ୫୦ରୁ ଅଧିକ ମାମଲା ରହିଛି। କିଛି ଦିନ ତଳେ ଖଇରା ନିକଟରୁ ଫାୟାରିଂ କରି ୧୫ ଲକ୍ଷ ଲୁଟି ନେଇଥିଲା । ସୋରରେ ବି ଫାୟାରିଂ କରି ୫ ଲକ୍ଷ ଟଙ୍କା ଲୁଟି ନେଇଥିଲା । ସୂଚନା ଯୋଗ୍ୟ; ଘଟଣାଟି ସକାଳ ପ୍ରାୟ ୫ ଟା ୧୫ ସମୟରେ ଚରମ୍ପା ମାଲଗୋଡାଉନ ଅଞ୍ଚଳ ନିକଟରେ ଘଟିଥିଲା। ଭଦ୍ରକ ଟାଉନ ପୋଲିସ ସକାଳ ପ୍ରାୟ ୫ ଟା ସମୟରେ ଗୁଇନ୍ଦା ସୂଚନା ପାଇଥିଲା ଯେ ବୁଦ୍ଧିଆ ଜଣେ ସହଯୋଗୀଙ୍କ ସହିତ ଏକ ନମ୍ଵର ନଥିବା ଏକ କଳା ବାଇକ୍ରେ ବୁଲୁଥିବା ବେଳେ ପୋଲିସ ହାବୁଡ଼ରେ ପଡ଼ିଥିଲା। ବୁଦ୍ଧିଆ ପୋଲିସକୁ ଦେଖି ପ୍ରଥମେ ୪ ରାଉଣ୍ଡ ଗୁଳି ମାଡ଼ କରିଥିଲା। ଏହାପରେ ପୋଲିସ ପାଲଟା ଜବାବ ଦେଇଥିଲା। ଚରମ୍ପା ମାଲ ଗୋଦାମ ନିକଟକରେ ଏହି ଏନକାଉଣ୍ଟର କରାଯାଇଛି। ଏହି ଏନକାଉଣ୍ଟରରେ ବୁଦ୍ଧିଆ ଗୋଡ଼ରେ ଗୁଳି ବାଜିଛି। କମଳାକାନ୍ତର ଅନ୍ୟ ସହଯୋଗୀ ଫେରାର ଅଛି। କମଳାକାନ୍ତ ଆଜି ବ୍ୟାଙ୍କ ଓ ସୁନା ଦୋକାନ ଡକାୟତି କରିବା ପାଇଁ ଯୋଜନା କରିଥିଲା। Post navigation OTET Exam 2025: ୧୭ ତାରିଖରେ ହେବାକୁ ଥିବା OTET ପରୀକ୍ଷା ସମୟରେ ପରିବର୍ତ୍ତନ Delhi-Agra Expressway Crash: ଦିଲ୍ଲୀ-ଆଗ୍ରା ଜମୁନା ଏକ୍ସପ୍ରେସ ୱେରେ ଦୁର୍ଘଟଣା; ଅନେକ ଲୋକ ଜୀବନ୍ତ ଦଗ୍ଧ