କିଟ୍ ଛାତ୍ରୀ ମୃତ୍ୟୁକୁ ନେଇ ନେପାଳ ଦୂତାବାସ ପକ୍ଷରୁ ପ୍ରେସ୍ ବିଜ୍ଞପ୍ତି ଜାରି ହୋଇଛି । ବିଜ୍ଞପ୍ତି ଜରିଆରେ ଘଟଣାର ନିରପେକ୍ଷ ତଦନ୍ତ ପାଇଁ ଦୂତାବାସ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରାଯାଇଛି । ଏହା ସହ ନେପାଳ ଛାତ୍ରଛାତ୍ରୀଙ୍କ ସୁରକ୍ଷା ସହ ନିରପେକ୍ଷ ତଦନ୍ତ ପାଇଁ ଅନୁରୋଧ କରାଯାଇଛି ।

ନେପାଳ ଦୂତାବାସ ପକ୍ଷରୁ କୁହାଯାଉଛି କେନ୍ଦ୍ର ସରକାର ଓ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସହ ଯୋଗାଯୋଗରେ ଅଛୁ । କିଟ୍‌ ପ୍ରତିନିଧିଙ୍କୁ ଦୂତାବାସକୁ ଡାକି ଘଟଣା ସଂପର୍କରେ ପଚାରି ବୁଝିଛୁ ।

ଏହା ସହ କିଟ୍‌ରେ ନେପାଳୀ ଛାତ୍ରୀ ମୃତ୍ୟୁକୁ ନେଇ ଦୁଃଖ ବ୍ୟକ୍ତ କଲା ବୈଦେଶିକ ମନ୍ତ୍ରାଳୟ । ପରିବାର ପ୍ରତି ସମବେଦନା ଜଣାଇବା ସହ ଦୁଃଖପ୍ରକାଶ କଲା କରିଛନ୍ତି। ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଘଟଣା ପରଠୁ ଓଡ଼ିଶା ସରକାରଙ୍କ ସହ ନିୟମିତ ଯୋଗାଯୋଗରେ ଅଛୁ। ମୃତ ଛାତ୍ରୀଙ୍କ ପରିବାର ପ୍ରତି ସମର୍ଥନ ଜଣାଇଛନ୍ତି ଓଡ଼ିଶା ସରକାର।  ଓଡ଼ିଶା ପୋଲିସ ଘଟଣାର ତଦନ୍ତ ଚଳାଇଛି ।

Leave a Reply

Your email address will not be published. Required fields are marked *