ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ୧୭ ମାସର ହାତୀ ଶାବକ ‘ଅଭି’ର ମୃତ୍ୟୁ ହୋଇଛି। ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିବା ନେଇ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ମିଳିଛି। ତେବେ ହରପିସ୍‌ ସଂକ୍ରମଣରେ ମୃତ୍ୟୁ ହୋଇଥିବା କୁହାଯାଉଛି। ୧୯ ତାରିଖରେ ହାତୀ ଅସୁସ୍ଥ ହେବାରୁ ଚିକିତ୍ସା ଆରମ୍ଭ ହୋଇଥିଲା। ସୁଧାର ନଆସିବାରୁ ରକ୍ତ ନମୁନା ପରୀକ୍ଷା କରାହିବାରୁ ହରପିସ୍ ପଜିଟିଭ ଆସିଥିଲା । ଆଜି ତାର ମୃତ୍ୟୁ ହୋଇଛି। ତେବେ ଗତବର୍ଷ ୨ ମାସର କୁନି ହାତୀକୁ କେନ୍ଦୁଝରରୁ ନନ୍ଦନକାନନ ଅଣାଯାଇଥିଲା।

Leave a Reply

Your email address will not be published. Required fields are marked *