ବିଧାନସଭାରେ ପହଞ୍ଚିଲେ ‘ଦ ସାବରମତୀ ରିପୋର୍ଟ’ ଚଳଚ୍ଚିତ୍ରର ପ୍ରଯୋଜିକା ଏକତା କପୁର ।ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ବିଧାନସଭାରେ ଭେଟି ହିନ୍ଦୀ ଚଳଚ୍ଚିତ୍ର ‘ଦି ସାବରମତୀ ରିପୋର୍ଟ’କୁ ଓଡ଼ିଶାରେ କରମୁକ୍ତ କରିଥିବାରୁ କୃତଜ୍ଞତା ଜଣାଇଛନ୍ତି। ଏହା ସହ ଚଳଚ୍ଚିତ୍ରଟିକୁ ଦେଖିବା ଲାଗି ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରିମଣ୍ଡଳ ସଦସ୍ୟଙ୍କୁ ଅନୁରୋଧ କରିଛନ୍ତି। ସୂଚନାଯୋଗ୍ୟ, ଗତ ୧୫ ତାରିଖରେ ଚଳଚ୍ଚିତ୍ର ‘ଦି ସାବରମତୀ ରିପୋର୍ଟ’ ସାରା ଦେଶରେ ରିଲିଜ୍ ହୋଇଛି। ନଭେମ୍ବର ୨୮ରେ ବଲିଉଡ୍ ଫିଲ୍ମ ‘ଦ ସାବରମତୀ ରିପୋର୍ଟ’ଉପରୁ ଆମୋଦ କର ହଟାଇଥିଲେ ରାଜ୍ୟ ସରକାର । ସତ୍ୟ ଘଟଣା ଉପରେ ଆଧାରିତ ହିନ୍ଦୀ ଚଳଚ୍ଚିତ୍ର ଦି ସାବରମତୀ ରିପୋର୍ଟ ଯାହା ୨୦୦୨ ମସିହାରେ ଫେବ୍ରୁଆରିରେ ଘଟିଥିବା ଗୋଧ୍ରା ଘଟଣା ଉପରେ ଆଧାରିତ। ଗୁଜୁରାଟର ଗୋଧ୍ରାରୁ ଅଯୋଧ୍ୟାକୁ ଫେରୁଥିବା ସାବରମତି ଏକ୍ସପ୍ରେସରେ ଯାତ୍ରା କରୁଥିବା ଏକ ବଗିରେ ନିଆଁ ଲାଗିଯାଇଥିଲା। ଏହି ଘଟଣାରେ ୫୯ ଜଣ ହିନ୍ଦୁ ପ୍ରାଣ ହରାଇଥିଲେ। ଏହାର ଗୋଟିଏ ଦିନ ପରେ, ଫେବ୍ରୁଆରି ୨୮ରୁ ଗୁଜୁରାଟରେ ଭୟଙ୍କର ସାମ୍ପ୍ରଦାୟିକ ଦଙ୍ଗା ଘଟିଥିଲା। ଯେଉଁଥିରେ ପ୍ରାୟ ୧୦୦୦ ଲୋକ ପ୍ରାଣ ହରାଇଥିଲେ। Post navigation ୫ ବର୍ଷରେ ମରିଛନ୍ତି ୩୪ କଲରାପତରିଆ ଓ ୩ ମହାବଳ ବାଘ ଫାଇନ୍ ଦେବାକୁ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଭିମସାରକୁ ପୁଣି ସାତ ଦିନ ମହଲତ