ଛାତ୍ରଛାତ୍ରୀ ହେଉଛନ୍ତି ବିକଶିତ ଭାରତ ଗଠନର ମୂଳଦୁଆ । ତେଣୁ ସେମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ ଓ ପ୍ରାଥମିକ ଶିକ୍ଷାକୁ ଗୁରୁତ୍ୱ ଦେଉଛନ୍ତି ରାଜ୍ୟ ସରକାର । ଶିକ୍ଷା ପାଇଁ ଚଳିତ ବଜେଟରେ ଅଧିକ ବ୍ୟୟବରାଦ ମଧ୍ୟ ହୋଇଛି । ସମସ୍ତ ପିଲା ଯେମିତି ପାଠ ପଢିବେ, ଛାତ୍ରଛାତ୍ରୀ ଯେପରି ଅଧାରୁ ସ୍କୁଲ ବନ୍ଦ ନକରନ୍ତି ସେଥିପ୍ରତି ବିଶେଷ ଧ୍ୟାନ ଦିଆଯାଇ ବିଭିନ୍ନ ଯୋଜନା ପ୍ରଣୟନ କରାଯାଇଛି ।

ଏହି କ୍ରମରେ ସ୍କୁଲ ଅପଗ୍ରେଡେସନ୍ ନେଇ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି, ଏବେ ସୁଦ୍ଧା ୯୨ଟି ସ୍କୁଲ ଅପଗ୍ରେଡ ସରିଛି, ଆଉ ୧୦ ସ୍କୁଲ ଅପଗ୍ରେଡ୍ ହେବ । ଜିଓମ୍ୟାପିଙ୍ଗ ଅନୁସାରେ ଯେଉଁଠି ସ୍କୁଲ ନାହିଁ, ସେଠି ଅପଗ୍ରେଡ ହେବ ବୋଲି କହିଛନ୍ତି ।

Leave a Reply

Your email address will not be published. Required fields are marked *