ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଓଡ଼ିଶା ଶାଖାର ଉପନିର୍ଦ୍ଦେଶକ ଚିନ୍ତନ ରଘୁବଂଶୀ ଗିରଫ । କ୍ୟାପିଟାଲ ହସ୍ପିଟାଲରେ ସ୍ବାସ୍ଥ୍ୟ ପରୀକ୍ଷା ପରେ ଗିରଫ କଲା ସିବିଆଇ । ଆଜି ଚିନ୍ତନ ରଘୁବଂଶୀଙ୍କୁ କୋର୍ଟ ଚାଲାଣ କରିପାରେ ସିବିଆଇ । ଖଣି ମାମଲା ରଫାଦଫା କରିବାକୁ ୨୦ ଲକ୍ଷ ଟଙ୍କା ଲାଞ୍ଚ ନେଲା ବେଳେ ମାଡ଼ି ବସିଥିଲା ସିବିଆଇ । ୫୦ ଲକ୍ଷର ଡିଲ୍ ହୋଇଥିଲା, ୨୦ ଲକ୍ଷ ଟଙ୍କା ଲାଞ୍ଚ ନେଉଥିଲେ । ସୂଚନା ଯୋଗ୍ୟ; ଚିନ୍ତନ ରଘୁବଂଶୀ ୨୦୧୩ ବ୍ୟାଚର ଭାରତୀୟ ରାଜସ୍ବ ସେବା-ଆଇଆରଏସ ଅଧିକାରୀ । ଗତ ଜାନୁଆରୀ ୮ରେ ୧୪ଟି ସ୍ଥାନରେ ରେଡ କରିଥିଲା ଇଡି । ଏ ସଂପର୍କିତ ମାମଲା ଦଫାରଫାଜଣେ ବ୍ୟବସାୟୀଙ୍କ ନାଁରେ ଥିବା ଇଡି ମାମଲାର ରଫାଦଫା ପାଇଁ ଲାଞ୍ଚ ନେଉଥିଲେ ଇଡି ଡେପୁଟି ଡାଇରେକ୍ଟର ଚିନ୍ତନ ରଘୁବଂଶୀ । ଖଣି ମାମଲାର ରଫାଦଫା ପାଇଁ ୫୦ ଲକ୍ଷ ଟଙ୍କାର ଡିଲ୍ ହୋଇଥିଲା । ପ୍ରଥମେ ୨୦ ଲକ୍ଷ ଟଙ୍କା ଓ ପରେ ୩୦ ଲକ୍ଷ ଦେବାର ଯୋଜନା ରହିଥିଲା । ହେଲେ ୨୦ ଲକ୍ଷ ଟଙ୍କା ଲାଞ୍ଚ ନେବାବେଳେ ଚିନ୍ତନ ରଘୁବଂଶୀଙ୍କୁ ଧରିଥିଲା ସିବିଆଇ । Post navigation ୪ ଟନ୍ ବିସ୍ଫୋରକ ସାମଗ୍ରୀ ଲୁଟ୍ ଘଟଣା; ଛାନଭିନ୍ କରୁଛି ଏସଆଇଟି ସିକ୍କିମରେ ମର୍ମନ୍ତୁଦ ଦୁର୍ଘଟଣା; ଯାଜପୁର ବିଜେପି ନେତ୍ରୀ ଇତିଶ୍ରୀ ଜେନା ନିଖୋଜ