ନଭେମ୍ବର ୧୧ ତାରିଖରେ ନୂଆପଡ଼ା ଉପନିର୍ବାଚନ । ଏ ନେଇ ସୋମବାର ଭାରତୀୟ ନିର୍ବାଚନ ଆୟୋଗ(ଇସିଆଇ)ଙ୍କ ତରଫରୁ ଏ ନେଇ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି । ନୂଆପଡ଼ା ଉପନିର୍ବାଚନ ପାଇଁ ଆସନ୍ତା ୧୩ରେ ପ୍ରକାଶ ପାଇବ ବିଜ୍ଞପ୍ତି । ଏବଂ ନଭେମ୍ବର ୧୪ ତାରିଖରେ ଭୋଟ୍ ଗଣତି ହେବ। ବିଜେଡ଼ି ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ଦେହାନ୍ତ ପରେ ୭୧ ନମ୍ବର ଆସନ ନୂଆପଡ଼ା ଖାଲି ରହିଛି । ଏଥିପାଇଁ ମତଦାନ ହେବ । ଅକ୍ଟୋବର ୧୩, ସୋମବାର ଉପନିର୍ବାଚନ ପାଇଁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବ । ଅକ୍ଟୋବର ୨୦ରେ ଆଶାୟୀ ପ୍ରାର୍ଥୀମାନଙ୍କ ପାଇଁ ନାମାଙ୍କନ ଦାଖଲ କରିବାର ଶେଷ ଦିନ ରହିବ । ସେହିପରି ଅକ୍ଟୋବର ୨୨ ତାରିଖରେ ନାମାଙ୍କନ ଯାଞ୍ଚ କରାଯିବା ବେଳେ ଅକ୍ଟୋବର ୨୪ ତାରିଖରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିବାର ଶେଷ ତାରିଖ ରହିବ । ନଭେମ୍ବର ୧୧ ଉପନିର୍ବାଚନ ଅନୁଷ୍ଠିତ ହେବ ଏବଂ ନଭେମ୍ବର ୧୪ ତାରିଖରେ ମତ ଗଣନା କରାଯାଇ ଫଳାଫଳ ପ୍ରକାଶ ପାଇବ । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି ନୂଆପଡ଼ା ଉପନିର୍ବାଚନରେ ନୂଆପଡ଼ାରେ ଭୋଟରଙ୍କ ୨ ଲକ୍ଷ ୪୮ ହଜାର ମତଦାନ କରିବେ । ଏଥି ମଧ୍ୟରୁ ୧ ଲକ୍ଷ ୨୨ ହଜାର ୧୦୩ ପୁରୁଷ ଏବଂ ୧ ଲକ୍ଷ ୨୬ ହଜାର ୧୩୨ ମହିଳା ରହିଛନ୍ତି। ସେହିପରି ୪ ହଜାର ଭିନ୍ନକ୍ଷମ ଏବଂ ୨୦୦୭ ବୟସ୍କ ଭୋଟରଙ୍କ ତାଲିକା ପ୍ରକାଶ ପାଇଛି। ସେହିପରି ମୋଟ ପୋଲିଂ ଷ୍ଟେସନ ସଂଖ୍ୟା ୩୫୮ ରହିଥିବାବେଳେ ନୂଆ ପୋଲିଂ ଷ୍ଟେସନ ସଂଖ୍ୟା ୫୬ ରହିଛି । ମତଦାତାମାନେ ଆସନ୍ତା ୧୦ ତାରିଖ ପର୍ଯ୍ୟନ୍ତ ନାମ ଯୋଡ଼ି ପାରିବେ । ସେ ଆଉ ମଧ୍ୟ କହିଛନ୍ତି ମତଦାତାମାନେ ମୋବାଇଲ ରଖି ଭୋଟ ଦେବେ। ଏଜେଣ୍ଟମାନେ ବୁଥ ଭିତରକୁ ମୋବାଇଲ ନେଇପରିବେ ନାହିଁ। ରିଅଲ ଟାଇମ୍ ସିଷ୍ଟମରେ ୱେବ୍ କ୍ୟାଷ୍ଟିଂ କରାଯିବ। ୧୯୫୦ ଭୋଟର ହେଲ୍ପ ଲାଇନ ନମ୍ବର କାର୍ଯ୍ୟକାରୀ ହେବ। ଉପନିର୍ବାଚନ ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବ। ପ୍ରତି ପୋଲିଂ ଷ୍ଟେସନରେ ସମସ୍ତ ବ୍ୟବସ୍ଥା କରାଯିବ। ବୟସ୍କଙ୍କ ପାଇଁ ଘରେ ଭୋଟ ଦେବା ପାଇଁ ବ୍ୟବସ୍ଥା କରାଯିବ। ସମସ୍ତ ପ୍ରାର୍ଥୀ ଏବଂ ତାଙ୍କର ରାଜନୈତିକ ଦଳ ପାର୍ଥୀଙ୍କ ଅପରାଧିକ ମାମଲାକୁ ୩ଥର ସୂଚନା ପ୍ରକାଶ କରିବାକୁ ପଡ଼ିବ। ଏହି ନିର୍ବାଚନ ମଣ୍ଡଳୀରେ ମୋଟ ୩୫୮ଟି ମତଦାନ କେନ୍ଦ୍ର ରହିବ। ପ୍ରତି କେନ୍ଦ୍ରରେ ସର୍ବାଧିକ ୧୨ ସହ ଭୋଟର ଭୋଟ ଦେଇପାରିବେ। ଏହି ଉପନିର୍ବାଚନରେ ବ୍ୟବହାର ପାଇଁ ପର୍ଯ୍ୟାପ୍ତ ସଂଖ୍ୟକ ଇ.ଭି.ଏମ ଏବଂ ଭି.ଭି.ପାଟ୍ ର ବ୍ୟବସ୍ଥା କରାଯାଇଛି। ଆବଶ୍ୟକୀୟ ସଂଖ୍ୟକ ଇ.ଭି.ଏମ ଅର୍ଥାତ୍ ମତଦାନ କେନ୍ଦ୍ର ସଂଖ୍ୟାର ୨୦୦ ପ୍ରତିଶତ ଯଥା ୭୨୦ ବାଲଟ୍ ୟୁନିଟ୍, ୭୨୦ କଣ୍ଟ୍ରୋଲ ୟୁନିଟ୍ ଏବଂ ୭୨୦ ଭି.ଭି.ପାଟ୍ ପୂର୍ବରୁ ଜିଲ୍ଲା ନିର୍ବାଚନ ଅଧିକାରୀ (DEO) ଏବଂ ନୂଆପଡ଼ା ଜିଲ୍ଲାପାଳଙ୍କ ପାଖରେ ଉପନିର୍ବାଚନରେ ବ୍ୟବହାର ପାଇଁ ଉପଲବ୍ଧ ଅଛି ବୋଲି କହିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ। ସେହିପରି ୮୫ ବର୍ଷରୁ ଅଧିକ ବୟସ୍କ ଏବଂ ଭିନ୍ନକ୍ଷମ ଭୋଟର (ଇ-ରୋଲରେ ଚିହ୍ନିତ) ଭୋଟର ମାନଙ୍କୁ ୧୨ -ଡି ଫର୍ମ (ଅର୍ଥାତ୍ ଆବେଦନ ଫର୍ମ) ବଣ୍ଟନ କରାଯିବ ଯାହା ସେମାନଙ୍କୁ ପୋଷ୍ଟାଲ୍ ବାଲଟ୍ ମାଧ୍ୟମରେ ଭୋଟ ଦେବାର ବିକଳ୍ପ ବ୍ୟବହାର କରିବାରେ ସାହାଯ୍ୟ କରିବ । ସେମାନଙ୍କ ତାଲିକା ପ୍ରସ୍ତୁତ ହେବ ଏବଂ ଭୋଟର ତାଲିକାରେ ଚିହ୍ନିତ କରାଯିବ। ଯଦି ସେମାନେ ପୋଷ୍ଟାଲ୍ ବାଲଟ୍ ମାଧ୍ୟମରେ ଭୋଟ ଦେବାର ବିକଳ୍ପ ବ୍ୟବହାର କରିସାରିଛନ୍ତି କିନ୍ତୁ ପୋଷ୍ଟାଲ୍ ବାଲଟ୍ ମାଧ୍ୟମରେ ଭୋଟ ଦେବାକୁ ଚାହୁଁ ନାହାଁନ୍ତି, ସେହିଭଳି ଭୋଟର ମାନଙ୍କୁ ମତଦାନ କେନ୍ଦ୍ରରେ ଉପସ୍ଥିତ ରହି ପୁନଃ ଭୋଟ ଦେବାକୁ ଅନୁମତି ଦିଆଯିବ ନାହିଁ । Post navigation ଖରିଆର୍ ରୋଡ୍କୁ ମ୍ୟୁନିସିପାଲିଟି ଏବଂ କୋମନା ଓ ସିନାପାଲି ନୂତନ ଏନ୍.ଏ.ସି ଘୋଷଣା କଲେ ମୁଖ୍ୟମନ୍ତ୍ରୀ ଆଉ ୨୪ ଘଣ୍ଟା ବୃଦ୍ଧି ହେଲା କଟକରେ ଇଣ୍ଟରନେଟ୍ କଟକଣା