ଆଫଗାନିସ୍ତାନ କୁନାରେ ହୋଇଥିବା ଶକ୍ତିଶାଳୀ ଭୂକମ୍ପରେ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି । ଏଥିରେ ମୃତ୍ୟୁସଂଖ୍ୟା ୮୦୦କୁ ବୃଦ୍ଧି ନେଇ ସ୍ପଷ୍ଟ କଲା ଆଫଗାନିସ୍ତାନ ଗୃହ ମନ୍ତ୍ରାଳୟ । ଏହା ସହ ୨ ହଜାର ୫ ଶହରୁ ଅଧିକ ଆହତ ହୋଇଥିବା ସୂଚନା ମିଳିଛି।ମୃତାହତଙ୍କ ସଂଖ୍ୟା ଆହୁରି ବୃଦ୍ଧି ଆଶଙ୍କା ଥିବା ବେଳେ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

ଆଜି ସକାଳ ସୁଦ୍ଧା ୨୫୦ ଜଣ ମୃତ୍ୟୁ ଏବଂ ୫୦୦ ରୁ ଅଧିକ ଆହତ ହୋଇଥିବା ଖବର ଆସିଥିଲା । ପରବର୍ତ୍ତୀ ସମୟରେ ମୃତକଙ୍କ ସଂଖ୍ୟା ବଢ଼ି ୮୦୦ରେ ପହଁଚିଛି । ଅଧିକାଂଶ ମାଟି ଘର ଥିବାରୁ ଏବଂ ରାତ୍ର ସମୟ ଥିବାରୁ ପ୍ରାୟ ସମସ୍ତେ ମାଟି ତଳେ ଚାପି ହୋଇଯାଇଥିବା ଅନୁମାନ କରାଯାଉଛି । ଆହତ ମାନଙ୍କୁ ନିକଟସ୍ଥ ମେଡ଼ିକାଲରେ ଭର୍ତ୍ତି କରାଯାଉଛି । ଜାଲାଲାବାଦରେ ଅଧିକାଂଶ ଅଞ୍ଚଳ ଦୁର୍ଗମ ଅଞ୍ଚଳ ହୋଇଥିବାରୁ ଉଦ୍ଧାର କାର୍ଯ୍ୟ ବାଧା ପ୍ରାପ୍ତ ହେଉଛି ।

Leave a Reply

Your email address will not be published. Required fields are marked *