ଦେଶରେ କ୍ରମାଗତଭାବେ କିଛି ଦିନ ହେବ ଭୂକମ୍ପ ଝଟକା ଅନୁଭୂତ ହେଉଛି। ବିଳମ୍ବିତ ରାତିରେ ଆସାମରେ ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି । ଆସାମର ମୋରିଗାଓଁ ଜିଲ୍ଲାରେ ଆଜି ୫.୦ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଛି। ଗୁରୁବାର ରାତି ୨ଟା ୨୫ ମିନିଟରେ ଭୂମିକମ୍ପ ଅନୁଭୂତ ହୋଇଥିଲା ଏବଂ ଏହାର କେନ୍ଦ୍ରସ୍ଥଳ ୧୬ କିଲୋମିଟର ଗଭୀରତାରେ ଥିଲା ବୋଲି ସୂଚନା ଦେଇଛି ନ୍ୟାସନାଲ ସେଣ୍ଟର ଫର ସିସ୍ମୋଲୋଜି (ଏନସିଏସ) । ନ୍ୟାସନାଲ ସେଣ୍ଟର ଫର ସିସ୍ମୋଲୋଜି (ଏନସିଏସ) ପକ୍ଷରୁ କୁହାଯାଇଛି ଯେ ଗୁରୁବାର ରାତି ୨ଟା ୨୫ ମିନିଟରେ ଭୂମିକମ୍ପ ଅନୁଭୂତ ହୋଇଥିଲା ଏବଂ ଏହାର କେନ୍ଦ୍ରସ୍ଥଳ ୧୬ କିଲୋମିଟର ଗଭୀରତାରେ ଥିଲା। ଏଥିରେ କୌଣସି କ୍ଷୟକ୍ଷତି ହୋଇନଥିବା ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *