ଗତ କିଛି ଦିନ ହେବ ଭାରତର ବିଭିନ୍ନ ସ୍ଥାନରେ ଲଗାତାର ଭୂମିକମ୍ପ ଅନୁଭୂତ ହେଉଛି । ଆଜି ହିମାଚଳ ପ୍ରଦେଶ ମଣ୍ଡିରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି । ହିମାଚଳ ପ୍ରଦେଶର ମଣ୍ଡିରେ ରବିବାର ସକାଳ ୮ଟା ୪୨ମିନିଟରେ ଭୂମିକମ୍ପ ଝଟକା ପରେ ଲୋକେ ଭୟଭୀତ ହୋଇଯାଇଛନ୍ତି । ୩.୭ ତୀବ୍ରତା ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଭୂକମ୍ପ ଝଟକା ପାଇବା ପରେ ଲୋକ ତୁରନ୍ତ ଘରୁ ବାହାରି ଚାଲିଆସିଥିଲେ । ତେବେ ଭୂକମ୍ପ ଜନିତ କିଛି କ୍ଷୟକ୍ଷତି ସୂଚନା ମିଳିନାହିଁ

ନ୍ୟାସନାଲ ସିସ୍ମୋଲୋଜି ସେଣ୍ଟର ଅନୁଯାୟୀ ଭୂକମ୍ପର କେନ୍ଦ୍ରସ୍ଥଳ ୭ କିଲୋମିଟର ଗଭୀରତାରେ ଥିଲା। ଏ ସମ୍ପର୍କରେ ଅଧିକ ତଥ୍ୟକୁ ଅପେକ୍ଷା କରାଯାଇଛି । ଏହାର କେନ୍ଦ୍ର ସୁନ୍ଦରନଗରର କିଆରଗି ବୋଲି ଜଣାପଡିଛି ।

Leave a Reply

Your email address will not be published. Required fields are marked *