ରାସନ କାର୍ଡକୁ ନେଇ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ରଙ୍କ ଡେଡଲାଇନ୍ । ୩୧ ଜାନୁଆରି ସୁଦ୍ଧା ଇ-କେୱାଇସି ଜରୁରୀ । ରାସନ କାର୍ଡ ସହିତ ଇ-କେୱାଇସି ଶେଷ ହେବା ପରେ ହିତାଧିକାରୀଙ୍କୁ ନୂତନ ରାସନକାର୍ଡ ପ୍ରଦାନ କରାଯିବ । ଇ-କେୱାଇସି ନକଲେ କଟିଯିବ ରାସନ୍ କାର୍ଡ । ଯଦି ନିର୍ଦ୍ଧାରିତ ସମୟ ମଧ୍ୟରେ ନ କରନ୍ତି ତେବେ ସେ ହିତାଧିକାରୀ ମୃତ କିମ୍ବା ସେ ରାସନକାର୍ଡ ଚାହୁ ନାହାଁନ୍ତି ବୋଲି ଧରି ନିଆଯିବ ଏବଂ ନୂତନ କାର୍ଡ ପାଇଁ ପ୍ରକ୍ରିୟା ଆରମ୍ଭ ହେବ । ଏହା ସହ ମନ୍ତ୍ରୀ ଆଉ ମଧ୍ୟ କହିଛନ୍ତି ଏ ପର୍ଯ୍ୟନ୍ତ ୪୯ ଲକ୍ଷ ହିତାଧିକାରୀ ଇ-କେୱାଇସି କରି ନାହାଁନ୍ତି । ଯେଉଁମାନେ ବୟସାଧିକ୍ୟ କାରଣରୁ ଇ-କେୱାଇସି କରିନାହାନ୍ତି, ସେମାନଙ୍କ ପାଖକୁ ବିଭାଗୀୟ ଅଧିକାରୀ ଯାଇ ଇ-କେୱାଇସି କରାଉଛନ୍ତି।ସେହିପରି ରାଜ୍ୟ ବାହାରେ ଥିବା ହିତାଧିକାରୀଙ୍କ ଇ-କେୱାଇସି ଅଧିକାରୀମାନେ କରୁଛନ୍ତି । Post navigation ଛତିଶଗଡ଼ରେ ମାଓବାଦୀଙ୍କ ଉପରେ ପ୍ରଚଣ୍ଡ ଆକ୍ରମଣ; ୩ ନିହତ ଯୁକ୍ତ ଦୁଇ ପରୀକ୍ଷାରେ କପି ରୋକିବ ଜିଲ୍ଲାସ୍ତରୀୟ ସ୍କ୍ବାଡ୍