durgapur-gang-rape-case-medical-student-discharged-from-hospital
ପଶ୍ଚିମବଙ୍ଗ ଦୁର୍ଗାପୁର ହସ୍ପିଟାଲରୁ ଓଡ଼ିଆ ଡାକ୍ତରୀ ଛାତ୍ରୀ ଆଜି ଡିସଚାର୍ଜ ହୋଇଛନ୍ତି । ଗଣଧର୍ଷଣ ପୀଡ଼ିତାଙ୍କ ଡିସଚାର୍ଜ ନେଇ ଶୁକ୍ରବାର ଦିନ ମେଡିକାଲ୍ ପକ୍ଷରୁ ସୂଚନା ଦିଆଯାଇଛି ।
 
କହିରଖୁଛୁ ଯେ, ଗଣଧର୍ଷଣର ଶିକାର ପରେ ଗତ ଶୁକ୍ରବାରରୁସେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଘଟଣାର ତଦନ୍ତରେ ସହଯୋଗ ପାଇଁ ସେ ଏବେ ପଶ୍ଚିମବଙ୍ଗରେ ରହିବେ ରହିବେ ବୋଲି କୁହାଯାଉଛି ।
 
ସୂଚନାଯୋଗ୍ୟ, ଏହି ଗଣଧର୍ଷଣ ଘଟଣାରେ ପୋଲିସ ପ୍ରଥମରୁ ଛଅ ଜଣଙ୍କୁ ଗିରଫ କରି ସାରିଛି । ପୀଡ଼ିତାଙ୍କ ପୁରୁଷ ବନ୍ଧୁଙ୍କୁ ମଧ୍ୟ ପୋଲିସ ଗିରଫ କରିଛି । ଅଭିଯୁକ୍ତଙ୍କୁ ୧୦ ଦିନିଆ ରିମାଣ୍ଡରେ ନେଇଛି ପଶ୍ଚିମବଙ୍ଗ ପୋଲିସ ।
 
ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ନିର୍ଦ୍ଦେଶରେ ଓଡ଼ିଶାର ୨ ଜଣିଆ ଉଚ୍ଚସ୍ତରୀୟ ଟିମ୍ ଦୁର୍ଗାପୁରରେ ପହଞ୍ଚି ପୀଡିତାଙ୍କ ପରିବାର ଓ ପୋଲିସ ସହ ଆଲୋଚନା କରିଛନ୍ତି ।

By Nirvay

Leave a Reply

Your email address will not be published. Required fields are marked *