ପୁଣି ଶ୍ରୀମନ୍ଦିର ଉପରେ ଉଡ଼ିଲା ଡ୍ରୋନ । ଆଜି ଭୋର ୪ଟା ୧୦ ମିନିଟ ସମୟରେ ଏହି ଡ୍ରୋନ୍ ମନ୍ଦିର ଚାରିପାଖ ବୁଲିବା ଦେଖିବାକୁ ମିଳିଛି। ଏହି ଡ୍ରୋନଟି ଶ୍ରୀ ମନ୍ଦିର ଚାରି ପାଖରେ ପ୍ରାୟ ଅଧଘଣ୍ଟା ଧରି ବୁଲିଥିଲା । ତେବେ ନୋ ଫ୍ଲାଇଙ୍ଗ୍ ଜୋନ୍ରେ କିଏ ଓ କାହିଁକି ଡ୍ରୋନ୍ ଉଡାଇଲା, ତାହାର କାରଣ ଅସ୍ପଷ୍ଟ ରହିଛି । ତେବେ ପୁଣି ତ୍ରିସ୍ତରୀୟ ସୁରକ୍ଷାର ନାକ ତଳେ ଏଭଳି ଘଟଣା କିପରି ଘଟିଲା ସେନେଇ ସାଧାରଣରେ ଚର୍ଚ୍ଚା ଜୋର ଧରିଛି। ଡ୍ରୋନ୍ ଟି ପ୍ରଥମେ ଦୋଳମଣ୍ଡପ ସାହିରୁ ଆସି ମେଘନାଦ ପାଚେରୀ ଉପରେ ବୁଲିଲା। ଏବଂ ପରେ ୧୦୦ ଫୁଟ ଉଚ୍ଚକୁ ଯାଇ ଦଧିନଉତି ଏବଂ ନୀଳଚକ୍ର ଉପରେ ବୁଲିଥିଲା। ଯାହାର ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି। ପ୍ରଶାସନ ନିକଟରେ ଏହାକୁ ନେଇ କୌଣସି ତଥ୍ୟ ନାହିଁ ତାହାକୁ ତଦନ୍ତ କରାଯିବ ବୋଲି ସିଂହଦ୍ଵାର ଥାନା ଅଧିକାରୀ କହିଛନ୍ତି । ସେହିପରି ଆଇନମନ୍ତ୍ରୀ କହିଛନ୍ତି ଶ୍ରୀମନ୍ଦିର ସୁରକ୍ଷାକୁ ବ୍ୟାଘାତ କଲେ ବରଦାସ୍ତ କରାଯିବନି । ଆଇନଗତ କଠୋର କାର୍ଯ୍ୟାନୁଷ୍ଠାନ ହେବ । Post navigation ଜାନୁଆରୀ ୬ରେ ରାୟଗଡ଼ା ନୂଆ ରେଳ ଡିଭିଜନର ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ ମୋଦି ସିଡନୀ ଟେଷ୍ଟରେ ଭାରତର ପରାଜୟ; ସିରିଜ ହାରିଲା, ବିଶ୍ବ ଟେଷ୍ଟ ଚାମ୍ପିଅନସିପରୁ ବାହାର