ସୋସିଆଲ ମିଡିଆରେ ଅପରେସନ ଗ୍ୟାଲେରୀର ଏକ ଭିଡିଓ ଭାଇରାଲ୍ ହେଉଛି । ଯେଉଁଥିରେ ହୀରାକୁଦ ଡ୍ୟାମ୍‌ର ନିଷିଧାଞ୍ଚଳରେ ଡ୍ରୋନ୍ ଉଡ଼ିବା ଦେଖାଯାଇଛି । ହୀରାକୁଦରେ ଗେଟ୍ ଖୋଲିବା ସମୟର ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଘୁରିବୁଲୁଛି । ଏଭଳି ହେବା କଥା ନୁହେଁ ବୋଲି କହିଛନ୍ତି ଡ୍ୟାମର ମୁଖ୍ୟ ଯନ୍ତ୍ରୀ । ହେଲେ କିଏ ଭିଡିଓ ଭାଇରାଲ କରିଛି ଓ ଡ୍ରୋନ୍ ଦୃଶ୍ୟ ଉଠାଇଛି ସେ ନେଇ କିଛି ଜଣାପଡ଼ି ନଥିବାବେଳେ ‘ମିଷ୍ଟର ଓଡ଼ିଆ ବ୍ଲଗର’ ନାମକ ଇନଷ୍ଟାଗ୍ରାମ ପେଜରେ ଭିଡିଓଟି ଦେଖିବାକୁ ମିଳିଛି ।

Leave a Reply

Your email address will not be published. Required fields are marked *