ତିନି ଦିନ ହେଲାଣି ଷ୍ଟିଅରିଂ ଛାଡ଼ ଆନ୍ଦୋଳନ ଜାରି ରଖିଛି ଡ୍ରାଇଭର ମହାସଂଘ ।  ୭ ଦଫା ଦାବିରେ ରାଜରାସ୍ତାକୁ ଓହ୍ଲାଉଛନ୍ତି ରାଜ୍ୟ ଡ୍ରାଇଭର ସଂଘ । ଗମନାଗମନ ସହିତ ଅନ୍ୟାନ୍ୟ ଅତ୍ୟାବଶକ ସାମଗ୍ରୀ ଉପରେ ପ୍ରଭାବ ପଡ଼ିଛି । ଅନ୍ୟପକ୍ଷରେ ତେଲ ସଙ୍କଟ ଆଶଙ୍କାରେ ପେଟ୍ରୋଲ ପମ୍ପ୍ ନିକଟରେ ଅସମ୍ଭାଳ ଭିଡ଼ ଦେଖିବାକୁ ମିଳିଛି । ଏହାରି ମଧ୍ୟରେ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ପ୍ରତିକ୍ରିୟା ଦେଇ କହିଛନ୍ତି ଆଜି ରାତି ସୁଦ୍ଧା ଡ୍ରାଇଭର ସଂଘ ସହିତ ଆଲୋଚନା ପରେ ସମସ୍ୟାର ସମାଧାନ ହୋଇଯିବ ।

ଡ୍ରାଇଭରମାନଙ୍କ ପ୍ରାୟ ଦାବି ସରକାର ମାନି ନେବେ । ରାଜ୍ୟରେ ତେଲର ଅଭାବ କରାଇ ଦେବୁ ନାହିଁ । ଟାଙ୍କିରେ ତେଲ ମହଜୁତ ରହିଛି, ତେଣୁ କେହି ଭୟଭୀତ ହୁଅନ୍ତୁ ନାହିଁ । ସେହିପରି ଦୋକାନ ବଜାରରେ ଖାଦ୍ୟ ସାମଗ୍ରୀର ଅଭାବ ନାହିଁ । ଯଦି କେହି ଅତ୍ୟାବଶ୍ୟକ ସାମଗ୍ରୀର କଳାବଜାରୀ କରିବାକୁ ଚେଷ୍ଟା କରନ୍ତି ତେବେ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି ।

ଅନ୍ୟପଟେ  ପେଟ୍ରୋଲିୟମ୍‌ ଡିଲର ସଂଘ ସହ ଯୋଗାଣ ମନ୍ତ୍ରୀଙ୍କ ବୈଠକ ହୋଇଥିବା ଜଣାପଡିଛି । ଲୋକସେବା ଭବନରେ ତେଲ ଯୋଗାଣ ନେଇ ଆଲୋଚନା କରାଯାଉଥିବା ସୂଚନା ମିଳିଛି । ଯୋଗାଣ ବିଭାଗର ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ବୈଠକ କରାଯାଇଛି ।

Leave a Reply

Your email address will not be published. Required fields are marked *