Driver Mahasangh to give Safe Passage to Congress Vehicles tomorrow
କାଲି କଂଗ୍ରେସ ପକ୍ଷରୁ ଆୟୋଜିତ ହେବାକୁ ଥିବା ରାଲିରେ କଂଗ୍ରେସ ଗାଡ଼ି କୁ ଡ୍ରାଇଭର ମହାସଂଘ ଅଟକାଇବନି ବୋଲି ଆଜି ରାଜ୍ୟ ଡ୍ରାଇଭର ମହାସଂଘ ସଭାପତି ପ୍ରଶାନ୍ତ ମେଣ୍ଡୁଲି କହିଛନ୍ତି ।
 
କଂଗ୍ରେସ ପୂର୍ବରୁ ଡ୍ରାଇଭର ମହାସଂଘକୁ ଆସନ୍ତା କାଲି ହେଉଥିବା ଆନ୍ଦୋଳନକୁ ଆସୁଥିବା ଲୋକଙ୍କୁ ଛାଡ଼ିବା ପାଇଁ ଅନୁରୋଧ କରିଥିଲା । ତେଣୁ ତାଙ୍କ ଗାଡ଼ି ଅଟକାଇବୁନି ବୋଲି ମହାସଂଘ ସଭାପତି କହିଛନ୍ତି ।
 
ତେବେ ରାଜ୍ୟ ସରକାର ଲିଖିତ ପ୍ରତିଶ୍ରୁତି ଦେବା ପରେ ଡ୍ରାଇଭର ମହାସଂଘ ଆନ୍ଦୋଳନରୁ ହଟିବ ବୋଲି ସେ କହିଛନ୍ତି ।
 
 
 

By Nirvay

Leave a Reply

Your email address will not be published. Required fields are marked *