ଡାଇରିଆ ସ୍ଥିତିକୁ ନେଇ ତତ୍ପରତା ଦେଖାଇଛନ୍ତି ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ । ଝାଡ଼ାବାନ୍ତିର ପ୍ରମୁଖ କାରଣ ହେଉଛି ଦୂଷିତ ପାନୀୟ ଜଳ । ତେଣୁ ପାନୀୟ ଜଳ ବିଶୋଧନକୁ ପଞ୍ଚାୟତିରାଜ ବିଭାଗ ଗୁରୁତର ସହିତ ନେଇଛି । ଏ ନେଇ ସୂଚନା ଦେଇଛନ୍ତି ବିଭାଗୀୟ ମନ୍ତ୍ରୀ ରବି ନାରାୟଣ ନାୟକ । ସେ କହିଛନ୍ତି ୩୦ ଜିଲ୍ଲାର ୯୮ ପ୍ରତିଶତ ପାନୀୟ ଜଳ ବିଶୋଧନ କରିସାରିଲାଣି ବିଭାଗ । ୨ ଦିନ ମଧ୍ୟରେ ସମସ୍ତ ପାନୀୟ ବିଶୋଧନ କାମ ସରିବ । ସମସ୍ତ ୩୦ ଜିଲ୍ଲାରେ ୫ ଲକ୍ଷ ୪୦ ହଜାର ଟ୍ୟୁବେଲ୍, ୧୫ ହଜାର ଓଏସଟି ବିଶୋଧନ ହୋଇଛି । ୨୧ ହଜାର ବୋରୱେଲ ସହ ଘରୋଇ ଓପନ ୱେଲ୍ ବିଶୋଧନ କରାଯାଇଛି । Post navigation ବନ୍ଧୁକ ମୁନରେ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରୁ ଲକ୍ଷାଧିକ ଟଙ୍କା ଲୁଟ୍ ୩ଟି ଘରୋଇ ବ୍ୟାଙ୍କକୁ ତାଲିକାଭୁକ୍ତ କରିବା ନେଇ ସ୍ପଷ୍ଟୀକରଣ ଜାରି କଲେ ଓଡ଼ିଶା ସରକାର