ଓଡ଼ିଶା ଉପକୂଳର ଚାନ୍ଦିପୁରସ୍ଥିତ ସମନ୍ୱିତ ପରୀକ୍ଷଣ ରେଞ୍ଜରୁ ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ସଂଗଠନ (ଡିଆରଡିଓ) ସଲିଡ୍ ଫୁଏଲ୍ ଡକ୍ଟେଡ୍ ରାମଜେଟ୍ (SFDR) ପ୍ରଯୁକ୍ତିବିଦ୍ୟା ସଫଳ ପରୀକ୍ଷଣ କରିଛି । ଏହି ସଫଳ ପରୀକ୍ଷଣ ସହିତ, ଭାରତ ଏହି ଉନ୍ନତ ପ୍ରଯୁକ୍ତିବିଦ୍ୟା ଥିବା କିଛି ସୀମିତ ଦେଶ ମଧ୍ୟରେ ସାମିଲ ହୋଇଛି । ପରୀକ୍ଷଣ ସମୟରେ, ସମସ୍ତ ପ୍ରମୁଖ ଉପ-ପ୍ରଣାଳୀ ଆଶା ଅନୁଯାୟୀ କାର୍ଯ୍ୟ କରିଥିଲା । ଏଥିରେ ନୋଜଲ୍-ଲେସ୍ ବୁଷ୍ଟର୍, ସଲିଡ୍ ଫୁଏଲ ଡକ୍ଟେଡ୍ ରାମଜେଟ୍ ମୋଟର ଏବଂ ଫୁଏଲ ଫ୍ଲୋ କଣ୍ଟ୍ରୋଲର ଅନ୍ତର୍ଭୁକ୍ତ ରହିଥିଲା । ଏହି ମିସାଇଲ ସିଷ୍ଟମ୍ର ସଫଳ ପରୀକ୍ଷଣ ଫଳରେ ଭାରତ ଦୀର୍ଘ ଦୂରଗାମୀ ଏୟାର-ଟୁ-ଏୟାର କ୍ଷେପଣାସ୍ତ୍ର ବିକଶିତ କରିବାରେ ସକ୍ଷମ ହେବ । ରକ୍ଷା ମନ୍ତ୍ରୀ ଶ୍ରୀ ରାଜନାଥ ସିଂହ SFDR ପ୍ରଯୁକ୍ତିର ସଫଳ ପ୍ରଦର୍ଶନ ପାଇଁ DRDO କୁ ପ୍ରଶଂସା କରିଛନ୍ତି । ସେଇଭଳି ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ବିଭାଗର ସଚିବ ଏବଂ DRDOର ଅଧ୍ୟକ୍ଷ ଡକ୍ଟର ସମୀର ଭି କାମତ ସଫଳ ଉଡ଼ାଣ ପରୀକ୍ଷଣରେ ସାମିଲ ସମସ୍ତଙ୍କୁ ଅଭିନନ୍ଦନ ଜଣାଇଛନ୍ତି । Post navigation President Murmu In Puri: ଶ୍ୱେତଗଙ୍ଗାରେ ପିଣ୍ଡଦାନ ପରେ ଚତୁର୍ଦ୍ଧା ମୂର୍ତ୍ତିଙ୍କ ଦର୍ଶନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ Luxurious Caravan Tourist Service Launched: ଓଡ଼ିଶାରେ ଅତ୍ୟାଧୁନିକ କାରାଭାନ ଟୁରିଷ୍ଟ ସେବାର ଶୁଭାରମ୍ଭ