ଫେବୃଆରୀ ୨୦୨୬ ସୁଦ୍ଧା, ଓଡ଼ିଶା ସରକାର ଭଦ୍ରକ ଜିଲ୍ଲାରେ ଦୁଇଟି ନୂତନ ବିଜ୍ଞାପିତ ଅଞ୍ଚଳ ପରିଷଦ (NAC) ପାଇଁ ଏକ ଡ୍ରାଫ୍ଟ ପ୍ରସ୍ତାବ ପ୍ରକାଶ କରିଛନ୍ତି । ଭଦ୍ରକ ଜିଲ୍ଲାର ଦୁଇଟି ନୂତନ ଏନଏସି ଧୂଷୁରୀ ଏବଂ ତିହିଡ଼ିର ସୀମା ନିର୍ଦ୍ଧାରଣ ଓ ସଂରକ୍ଷଣ ପାଇଁ ଚିଠା ପ୍ରସ୍ତାବ ପ୍ରକାଶ ପାଇଛି । ଏ ନେଇ ଭଦ୍ରକ ଜିଲ୍ଲାପାଳ ଓ ମାଜିଷ୍ଟ୍ରେଟଙ୍କ କାର୍ଯ୍ୟାଳୟରୁ ଚିଠା ପ୍ରସ୍ତାବ ପ୍ରକାଶ ପାଇଛି । ଏହି ନୂତନ ଉଭୟ ଏନଏସିରେ ୧୪ଟି ଲେଖାଏଁ ୱାର୍ଡ ରହିବ । ସେଥିମଧ୍ୟରୁ ୮ଟି ଆସନ ସଂରକ୍ଷଣ ଓ ୬ଟି ଆସନ ଅଣ ସଂରକ୍ଷଣ ରହିବ । ୧୦ଦିନ ମଧ୍ୟରେ ଚିଠା ପ୍ରସ୍ତାବ ଉପରେ ଆପତ୍ତି ଅଭିଯୋଗ ହୋଇପାରିବ ବୋଲି ବିଜ୍ଞପ୍ତିରେ କୁହାଯାଇଛି । ଧୂଷୁରୀ ଏନଏସିର ମୋଟ ଲୋକ ସଂଖ୍ୟା ୧୦ ହଜାର ୩୪୯ ରହିବ । ସେହିପରି ତିହିଡ଼ି ଏନଏସିର ମୋଟ ଜନସଂଖ୍ୟା ରହିବ ୧୩ ହଜାର ୮୦୫ ରହିବ । ଏହି ବିକାଶ ଡିସେମ୍ବର ୨୦୨୫ ରେ ଏକ ବୃହତ୍ ସମ୍ପ୍ରସାରଣ ପରେ ହୋଇଛି ଯେଉଁଠାରେ ସହରାଞ୍ଚଳ ଭିତ୍ତିଭୂମିର ଉନ୍ନତି ପାଇଁ ରାଜ୍ୟ ସାରା ୨୪ଟି ନୂତନ NAC ଏବଂ ପାଞ୍ଚଟି ପୌରପାଳିକାକୁ ଅଧିସୂଚିତ କରାଯାଇଥିଲା। Post navigation Pankodhar Ekadashi Today: ଶ୍ରୀଲୋକନାଥଙ୍କ ପୀଠରେ ପଙ୍କୋଦ୍ଧାର ଏକାଦଶୀ ନୀତି ଅନୁଷ୍ଠିତ Odia veteran Singer Geeta Patnaik Critical: ବିଶିଷ୍ଟ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକ ଗୁରୁତର