ଓଡ଼ିଶାରେ ପହଞ୍ଚିଲା ଗୋଟିଏ ଇଲେକ୍ଟ୍ରି ଡବଲ ଡେକର ବସ୍। ବସରେ ଓଡ଼ିଶାର କଳା, ସଂସ୍କୃତିର ଝଲକ ଦେଖିବାକୁ ମିଳିଛି । ପ୍ରାରମ୍ଭିକ ଭାବେ ପ୍ରବାସୀ ଭାରତୀୟଙ୍କୁ ବୁଲାଇବ ଡବଲ୍ ଡେକର ବସ୍। ପ୍ରଥମେ ପ୍ରବାସୀଙ୍କୁ ବୁଲାଇବ ପରେ ଏହି ବସ୍ ଭୁବନେଶ୍ୱର, କଟକ, ଖୋର୍ଦ୍ଧା, ପୁରୀରେ ଚାଲିବ । ଡବଲ ଡେକର ବସରେ ଓଡ଼ିଆ କଳା ସଂସ୍କୃତିର ଚିହ୍ନ ରହିଛି । ସାମ୍ନା ପଟରେ କୋଣାର୍କ ଚକ ଚିହ୍ନ ରହିଛି । ଶ୍ରୀମନ୍ଦିର, ଧଉଳି ଶାନ୍ତି ସ୍ତୁପ ଓ କଟକ ବାଲିଯାତ୍ରାର ଛବି ବି ଏହି ବସ୍ରେ ରହିଛି । ପ୍ରବାସୀ ଭାରତୀୟ ଦିବସ ଉପଲକ୍ଷେ ମହାରାଷ୍ଟ୍ରରୁ ୫ଟି ଇଲେକ୍ଟ୍ରି ଡବଲ ଡେକର ଓଡ଼ିଶା ଅଭିମୁଖେ ବାହାରିଛି। ୩୧ ତାରିଖରେ ଗୋଟିଏ ଓ ଗତ ୧ ତାରିଖରେ ଆଉ ଦୁଇଟି ବସ୍ ଓଡ଼ିଶା ଅଭିମୁଖେ ବାହାରି ସାରିଛି। ଏହି ବସ୍ଟି ବିଦ୍ୟୁତ୍ ସଂଯୋଗ କଲେ ଏହା ପ୍ରାୟ ୨୫୦ରୁ ୩ଶହ କିମି ପର୍ଯ୍ୟନ୍ତ ଯାଇ ପାରିବ । ବସ୍ଟି ୫୫ ସିଟ୍ ବିଶିଷ୍ଟ ହୋଇଥିବା ବେଳେ ଏହାର ବେଗ ୪୫ କିମି ରହିଛି। ଏହା ଶୀତତାପ ନିୟନ୍ତ୍ରିତ ବସ୍ ହୋଇଥିବା ବେଳେ ତାହା ସବୁ ବେଳେ ସିସିଟିଭି ନଜରରେ ରହିବ । ଅନ୍ୟପଟେ ଡବଲ ଡେକର ବସ୍ ସହ ଗଡ଼ିବ ବ୍ୟାଟେରୀ ଗାଡ଼ି । ଭୁବନେଶ୍ବରରେ ୬ରୁ ଗଡ଼ିବ ୧୫ଟି ବ୍ୟାଟେରୀ ଗାଡ଼ି । ପ୍ରବାସୀ ଭାରତୀୟଙ୍କ ପାଇଁ ଗଡ଼ିବ ଡେକର ବସ୍ ସହ ଗଡ଼ିବ ବ୍ୟାଟେରୀ ଗାଡ଼ି । ଭୁବନେଶ୍ବରରୁ ପୁରୀ ରୁଟ୍ରେ ଗଡ଼ିବ ନୂଆ ବସ୍। Post navigation ଓଡ଼ିଶାରେ ପହଞ୍ଚିଲେ ନୂଆ ରାଜ୍ୟପାଳ ହରିବାବୁ କମ୍ଭମପତି ଚାଷୀଙ୍କ ସମସ୍ୟା ନେଇ ମୋହନ ମାଝୀଙ୍କୁ ନବୀନଙ୍କ ଚିଠି