ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପ୍ରଶଂସା କଲେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ୍ । ଐତିହାସିକ ଗାଜା ଶାନ୍ତି ଚୁକ୍ତି ସ୍ବାକ୍ଷର ଅବସରରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭୂରି ଭୂରି ପ୍ରଶଂସା କଲେ ରାଷ୍ଟ୍ରପତି ଟ୍ରମ୍ପ୍ । ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫଙ୍କ ସାମ୍ନାରେ ମୋଦିଙ୍କ ପ୍ରଶଂସା । ରାଷ୍ଟ୍ରପତି ଟ୍ରମ୍ପ୍ କହିଛନ୍ତି ଭାରତ ଏକ ମହାନ ଦେଶ ଯେଉଁଠି ମୋର ଜଣେ ବହୁତ ଭଲ ବନ୍ଧୁ ଶୀର୍ଷରେ। ମୋଦୀଙ୍କ ନେତୃତ୍ୱ ଭଲ। ସେ ଏକ ଚମତ୍କାର କାମ କରିଛନ୍ତି। ଇଜିପ୍ଟରେ ଅନୁଷ୍ଠିତ ଗାଜା ଶାନ୍ତି ଚୁକ୍ତି ସ୍ବାକ୍ଷର ସମ୍ମିଳନୀରେ ଟ୍ରମ୍ପ ତାଙ୍କର ଅଭିଭାଷଣ ବେଳେ ମୋଦୀଙ୍କ ପ୍ରଶଂସା କରିଛନ୍ତି । ଏହି ସମ୍ମିଳନୀରେ ୨୦ଟି ଦେଶର ପ୍ରତିନିଧି ଯୋଗ ଦେଇଥିଲେ । ଟ୍ରମ୍ପଙ୍କ ଅଭିଭାଷଣ ପୂର୍ବରୁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ଭାରତ-ପାକିସ୍ତାନ ଯୁଦ୍ଧବିରତିର ସମସ୍ତ ଶ୍ରେୟ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଦେଇଥିଲେ। ସରିଫ ଟ୍ରମ୍ପଙ୍କୁ ‘ଶାନ୍ତିର ପ୍ରତୀକ’ ବୋଲି କହି ତାଙ୍କ ପାଇଁ ନୋବେଲ ପୁରସ୍କାର ଦାବିକୁ ପୁନର୍ବାର ଦୋହରାଇଛନ୍ତି। ସେ ଗାଜାରେ ଯୁଦ୍ଧବିରତି ପାଇଁ ଟ୍ରମ୍ପଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି। ଅନ୍ୟପଟେ ଏହି ସମ୍ମିଳନୀ ପୂର୍ବରୁ ମୋଦୀ ଓ ଟ୍ରମ୍ପ ଫୋନ୍ ଯୋଗେ କଥାବାର୍ତ୍ତା ହୋଇଥିଲେ । ଐତିହାସିକ ଗାଜା ଶାନ୍ତି ଯୋଜନା ସଫଳ ହୋଇଥିବାରୁ ଟ୍ରମ୍ପଙ୍କୁ ଶୁଭେଚ୍ଛା ଜଣାଇଥିଲେ ମୋଦୀ । Post navigation ଅର୍ଥନୀତି ବିଜ୍ଞାନରେ ୩ ବିଶିଷ୍ଟ ବୈଜ୍ଞାନିକଙ୍କୁ ମିଳିବ ନୋବେଲ ପୁରସ୍କାର ନୂଆପଡ଼ା ଉପନିର୍ବାଚନ: ବିଜେଡି ପ୍ରାର୍ଥୀ ହୋଇପାରନ୍ତି ମନୋଜ ମିଶ୍ର