Donald Trump claims US averted India-Pakistan ‘nuclear conflict’
ଭାରତ ଏବଂ ପାକିସ୍ତାନ ମଧ୍ୟରେ ଲାଗିରହିଥିବା କଳହ ମଧ୍ୟରେ ପୁଣି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବଡ଼ ବୟାନ । ଭାରତ-ପାକିସ୍ତାନ ବିବାଦରେ ବି ନିଜର ଫାଇଦା ଉଠାଇବାକୁ ଲାଗି ପଡ଼ିଛି ଆମେରିକା ।
 
ଭାରତ-ପାକିସ୍ତାନ ଯୁଦ୍ଧ ବିରାମ ଲାଗିବାରେ ଆମେରିକାର ହାତ ଥିବା କହିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ହ୍ୱାଇଟ ହାଉସରେ ଆୟୋଜିତ ଏକ ପ୍ରେସ କନଫରେନ୍ସରେ ସେ ଏକଥା କହିଛନ୍ତି ।
 
ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ପରମାଣୁ ବିପର୍ଯ୍ୟୟରେ ପରିଣତ ହେବାକୁ ଯାଉଥିଲା । ଦୁଇ ଦେଶ ସହ ବାଣିଜ୍ୟ ବିଷୟରେ ଆଲୋଚନା ହୋଇଛି । ଦୁଇ ଦେଶର ନେତା ଆମ କଥା ମାନି ଯୁଦ୍ଧ ରୋକିବାକୁ ରାଜି ହୋଇଥିଲେ ବୋଲି ଟ୍ରମ୍ପ କହିଛନ୍ତି ।
 
ପରସ୍ପର ଉପରେ ଗୁଳି ଚଳାଉଥିବା ଲୋକଙ୍କ ସହ ବାଣିଜ୍ୟ କରିପାରିବୁ ନାହିଁ । ଆମେରିକା ଅନ୍ୟମାନଙ୍କୁ ମଧ୍ୟ ଯୁଦ୍ଧରୁ ରୋକିବ ବୋଲି ଟ୍ରମ୍ପ କହିଛନ୍ତି ।

By Nirvay

Leave a Reply

Your email address will not be published. Required fields are marked *