ଭାରତୀୟ ଜନତା ପାର୍ଟିର ବିଧାୟକ, ମନ୍ତ୍ରୀ, ସାଂସଦ ଏବଂ ପଦାଧିକାରୀ ବୈଠକରେ ପ୍ରକୃତରେ କ’ଣ କହିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ? ସେ କ’ଣ କେବଳ ଝିଅ- ବୋହୂ ଉପାଖ୍ୟାନ ଶୁଣାଇଥିଲେ ? ପ୍ରଧାନମନ୍ତ୍ରୀ କ’ଣ ତାଙ୍କ ନେତାମାନଙ୍କର ବୟସ ଓ ସାସ୍ଥ୍ୟ ବିଷୟରେ ଜାଣିବାକୁ ଚାହିଁଥିଲେ ? ନା କିଛି ରାଜନୈତିକ ସଂକେତ ଦେବାକୁ ଚାହିଁଥିଲେ ?

ପ୍ରକୃତରେ ପ୍ରଧାନମନ୍ତ୍ରୀ ମୋଦୀ ଇସାରା ଇସାରାରେ ତାଙ୍କ ନେତାମାନଙ୍କୁ ତାଗିତ କରିଦେଇ ଗଲେ। କ’ଣ ଥିଲା ତାଙ୍କ ତାଗିତ ରୂପରେଖ ? କାର୍ଯ୍ୟାଳୟରେ ଦୁଇଘଣ୍ଟା ବିତାଇବା, ବଳୀର ନେତାମାନଙ୍କ ସହ ରାତ୍ର,ଭୋଜନ କରିବା ଛୋଟ କଥା ନୁହେଁ । ପ୍ରଥମ ଥର ଯେତେବେଳେ ସେ ଆସିଥିଲେ କାର୍ଯ୍ୟାଳୟକୁ ନିର୍ବାଚନ କିଣିବାର ମନ୍ତ୍ର ଶୁଣାଇଥିଲେ, ତା’ ପୁଣି ଶିଳ୍ପ ଅବଧି ଭିତରେ । କିନ୍ତୁ ଏଥର ତ ହସେଇ, ମଜେଇ, ରଞ୍ଜେଇ ମଞ୍ଜକଥା କହିଗଲେ ସେ। ହାରରେ ମାଇକ ଧରି ସେ ନିଜ ବଳର ଜନ ପ୍ରତିନିଧି ଓ ନେତାଙ୍କ ଭିତରେ ବୁଲିଲେ, ଥଟା ତାମସ କଲେ, ନିଜ ପୋଷାକ ବିଷୟରେ କହିଲେ । କିନ୍ତୁ ପ୍ରକୃତରେ କ’ଣ ସେ ଆସିଥିଲେ ନିଜ ପୋଷାକର ଷ୍ଟାଇଲ ଦେଖାଇବାକୁ ? ନା, ସେ ଆସିଥିଲେ କଡା଼ ସନ୍ଦେଶ ଦେବାକୁ ।

ଦଳର କିଛି ନେତା ବା ବିଧାୟକ ସରକାରଙ୍କ ବିରୋଧରେ ବାହାରେ ଅପପ୍ରଚାର କରୁଛନ୍ତି । ବଦନାମ କରୁଛନ୍ତି । ଏମିତି ନ‌କରିବାକୁ ତାଗିତ କରିଦେଇଗଲେ ମୋଦି । ମୋହନ ସରକାରଙ୍କୁ କୌଣସି ଚାପ ଭିତରେ ରହି କାର୍ଯ୍ୟ ନକରିବାକୁ ପରାମର୍ଶ ଦେଲେ । ଜଣାଇ ଦେଲେ ଯେ ରାଜ୍ୟର ପ୍ରଥମ ଭାଜପା ସରକାରଙ୍କ ପ୍ରତି ତାଙ୍କର ଆଶୀର୍ବାଦ ଅଛି। ଏହା ଏକ ପ୍ରକାର ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ସମର୍ଥନ ଘୋଷଣା।

କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପାଇଁ ଉଦ୍ଦିଷ୍ଟ ଥିଲା । ପ୍ରଥମେ ମୋଦୀ ଧର୍ମେନ୍ଦ୍ରଙ୍କ ନାମ ବାରମ୍ବାର ନେଇ ତାଙ୍କର ପ୍ରଶଂସା କରିଥିଲେ । କାର୍ଯ୍ୟାଳୟରେ ଯେଉଁଭଳି ଆୟୋଜନ ହୋଇଛି ସେଥ‌ିପାଇଁ ଧର୍ମେନ୍ଦ୍ର ପ୍ରଶଂସାର ପାତ୍ର ।

ଏହା ବୁଝାଇ ଦେଲେ। ଧର୍ମେନ୍ଦ୍ରଙ୍କ ବାପା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦେବେନ୍ଦ୍ର ପ୍ରଧାନଙ୍କ ସହ ତାଙ୍କ ସମ୍ପର୍କ ବିଷୟ ମଧ୍ଯ କହିଥିଲେ। ପୂର୍ବରୁ ଜନସଭାରେ ଓଡ଼ିଶା ପରବାର ପିଇବାକୁ ନେଇ ଧର୍ମେନ୍ଦ୍ରଙ୍କର ଉଚ୍ଚ ପ୍ରଶଂସା କରିଥିଲେ ପ୍ରଧାନ ମନ୍ତ୍ରୀ। କିନ୍ତୁ ହଠାତ ମୋଦୀ କହିଥିଲେ ଯେ ଯଦି ମୋହନ ସରକାର ଠିକ ଭାବେ କାର୍ଯ୍ୟ କରିନପାରେ, ବାଦନାମ ହୁଏ, ତେବେ କର୍ମୀ ରାଗିବେ, କାର୍ଯ୍ୟକର୍ତ୍ତା ରାଗିବେ ଏବଂ ଜନତା ମଧ୍ଯ ରାଗିବେ । ସେମାନେ ରାଗିଲେ କାହାକୁ ବାଡ଼େଇବେ ? ସେମାନେ ଧର୍ମେନ୍ଦ୍ର ବାବୁଙ୍କୁ ବାଡ଼େଇବେ। ଏହା କି ପରି କଥା ? ଧର୍ମେନ୍ଦ୍ର କ’ଣ ସରକାର ଚଳାଉଛନ୍ତି ? ବାଡ଼େଇବା କଥା, ମୁଖ୍ୟମନ୍ତ୍ରୀ ମୋହନ ମାଝୀକୁ ବଡେଇବେ। ମୋହନ ବାଡେଇବେ ମନ୍ତ୍ରୀମାନଙ୍କୁ । କିନ୍ତୁ ଧର୍ମେନ୍ଦ୍ରଙ୍କୁ କାହଁକି ? ଏଭଳି ଇଙ୍ଗିତ ବୁଝିବା ବି କଷ୍ଟକର। ଏତେ ନେତା ଓ ମନ୍ତ୍ରୀ ଥିଲେ। ଏପରିକି ମୁଖ୍ୟମନ୍ତ୍ରୀ ମୋହନଙ୍କ ନାମ ନେଇ ନଥିଲେ, ସଭାପତି ମନମୋହନ ସାମଲଙ୍କ ନାମ ନେଇ ନଥିଲେ କିମ୍ବା ଅନ୍ୟ କେଉଁ ମନ୍ତ୍ରୀଙ୍କ ନାମ ମଧ୍ଯ ନେଇ ନଥିଲେ ମୋଦୀ। ଧର୍ମେନ୍ଦ୍ରଙ୍କର ପ୍ରଶଂସା କରିଥିଲେ। ଆଉ ପ୍ରଚ୍ଛନ୍ନ ତାଗିଦ୍ ମଧ୍ଯ କରି ଦେଇଥିଲେ। ତେବେ କ’ଣ ଧର୍ମେନ୍ଦ୍ର ମୋହନ ସରକାରଙ୍କ ବିରୋଧରେ କିଛି ଚକ୍ରାନ୍ତରେ ଲିପ୍ତ କି ? ଏହାର ଉତ୍ତର ସୟଂ ମୋଦୀ ହିଁ ଦେଇପାରିବେ ।

Leave a Reply

Your email address will not be published. Required fields are marked *