ଦିଲ୍ଲୀରେ ଏକ ହସ୍ପିଟାଲରେ ଡାକ୍ତରଙ୍କୁ ଗୁଳିକରି ହତ୍ୟା କରାଯାଇଛି। ମୃତ ଡାକ୍ତର ହେଲେ ଜାଭେଦ। କାଳିନ୍ଦୀକୁଞ୍ଜ ଥାନା ଅଞ୍ଚଳରେ ଡାକ୍ତରଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିବା ଜଣାପଡିଛି। ଦୁଇ ଜଣ ଡ୍ରେସିଂ କରିବାକୁ ଆସିଥିବା ବେଳେ ଆହତ ଅବସ୍ଥାରେ କ୍ୟାବିନରେ ପଶି ଡାକ୍ତରଙ୍କୁ ଗୁଳିମାଡ଼ କରିଥିଲେ। ହେଲେ ହତ୍ୟାର କାରଣ ଜଣାପଡ଼ି ନଥିବା ବେଳେ ପୋଲିସ ସିସିଟିଭି ଯାଞ୍ଚ କରୁଛି। ଜୟତପୁରର ନୀମା ହସ୍ପିଟାଲରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି। ଏହି ଘଟଣା ପରେ ଅଞ୍ଚଳରେ ଉତ୍ତେଜନା ଲାଗି ରହିଛି।

ଡାକ୍ତରଖାନା କର୍ମଚାରୀଙ୍କ କହିବା ଅନୁଯାୟୀ, ଦୁଇ ଜଣ ଲୋକ ଆହତ ଅବସ୍ଥାରେ ହସ୍ପିଟାଲକୁ ଆସି ଡ୍ରେସିଂ କରାଇଥିଲେ। ପରେ ଡାକ୍ତରଙ୍କୁ ଦେଖାଇବାକୁ କହିଥିଲେ। ପରେ ଡାକ୍ତରଙ୍କ କ୍ୟାବିନରେ ପହଂଚିବା ପରେ ଗୁଳିମାଡ଼ କରିଥିଲେ।

Leave a Reply

Your email address will not be published. Required fields are marked *