କେରଳ ୱାୟନାଡ଼ ଭୂସ୍ଖଳନରେ ନିଖୋଜ ଓଡ଼ିଆ ଡାକ୍ତର ସ୍ୱାଧୀନ ପଣ୍ଡାଙ୍କ ଏଯାଏଁ କୌଣସି ପତ୍ତା ମିଳିନାହିଁ । ଡାକ୍ତର ସ୍ୱାଧୀନଙ୍କୁ ଖୋଜିବା ପାଇଁ ଆଜି ଡିଏନ୍ଏ ଟେଷ୍ଟ ପାଇଁ ନମୁନା ଦେଇଛନ୍ତି ତାଙ୍କ ଭଉଣୀ ସୋମାଲି । ଏହି ଡିଏନ୍‌ଏ ଟେଷ୍ଟ ରିପୋର୍ଟ ୪୮ ଘଣ୍ଟା ମଧ୍ୟରେ ଆସିବ ନେଇ ଓଡ଼ିଶା ପରିବାର ନିର୍ଦ୍ଦେଶାଳୟର ଓଏସ୍‌ଡି ପ୍ରୀତିଶ ପଣ୍ଡାଙ୍କ ସୂଚନା । ସ୍ୱାଧୀନଙ୍କ ଘର ଯାଜପୁର ଜିଲ୍ଲା ବ୍ୟାସନଗର ପୌରାଞ୍ଚଳରେ । ସ୍ୱାଧୀନଙ୍କୁ ଅନୁସନ୍ଧାନ ପାଇଁ ୱାୟନାଡ ଯାଇଛନ୍ତି ତାଙ୍କ ଭଉଣୀ ଓ ଭାଇ । ଏ ଯାଏଁ ସ୍ୱାଧୀନଙ୍କର କୌଣସି ପତ୍ତା ନମିଳିବାରୁ ପରିବାର ଲୋକଙ୍କ ଚିନ୍ତା ବଢିଯାଇଛି ।

ସୂଚନଯୋଗ୍ୟ; ଡାକ୍ତର ସ୍ୱାଧୀନ ତାଙ୍କ ବନ୍ଧୁଙ୍କ ସହ କେରଳର ୱାୟନାଡ଼ ବୁଲିବାକୁ ଯାଇଥିଲେ। ୱାଇନାଡ଼ରେ ପହଞ୍ଚିବା ପରେ ସେଠାରେ ଏକ ହୋଟେଲରେ ରହିଥିଲେ। ସେହିଦିନ ରାତିରେ କେରଳର ଭୟାନକ ଭୂସ୍ଖଳନରେ ଡାକ୍ତର ବିଷ୍ଣୁ ପ୍ରସାଦ ଓ ତାଙ୍କ ବନ୍ଧୁ ଡାକ୍ତର ସ୍ୱାଧୀନ ପଣ୍ଡା ନିଖୋଜ ହୋଇଯାଇଥିଲେ। ତେବେ ବିଷ୍ଣୁଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ସ୍ୱାଧୀନଙ୍କ କୌଣସି ପତ୍ତା ମିଳିପାରିନାହିଁ ।

Leave a Reply

Your email address will not be published. Required fields are marked *