ଭୁବନେଶ୍ୱର ଲୋକସେବା ଭବନରେ ଦୁଇ ଦିନିଆ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ସମ୍ମିଳନୀ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ଉଦଘାଟନ କରିଛନ୍ତି । ମୁଖ୍ୟମନ୍ତ୍ରୀ ଏହି ଅବସରରେ ୨୦୩୬ ସୁଦ୍ଧା ସମୃଦ୍ଧ ଓଡ଼ିଶା ଗଠନ ଉପରେ ଗୁରୁତ୍ୱାରୋପ କରିଛନ୍ତି । ଜିଲ୍ଲାପାଳ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ସମ୍ବୋଧନ କରି କହିଛନ୍ତି ଆପଣମାନେ ତୃଣମୂଳସ୍ତରର ସରକାରୀ ପ୍ରତିନିଧି । ସରକାରୀ ଯୋଜନାର ସଫଳ ରୂପାୟନ ଆପଣଙ୍କର ଦାୟିତ୍ବ ।

ଏହା ସହ ଗତ ୫୨୪ ଦିନ ସରକାରରେ ମୁଖ୍ୟମନ୍ତ୍ରୀ କେଉଁ କେଉଁ ଜିଲ୍ଲାକୁ କେତେଥର ଗସ୍ତ କରିଛନ୍ତି, ତାହାର ମଧ୍ୟ ହିସାବ ଦେଇଛନ୍ତି । ସେ କହିଛନ୍ତି ଆମ ସରକାରକୁ ୫୨୪ ଦିନ ପୂରିଛି, ପ୍ରାୟ ସବୁ ଜିଲ୍ଲା ଗସ୍ତ କରିଛି । କଟକ ଜିଲ୍ଲାକୁ ସର୍ବାଧିକ ୩୨, କେନ୍ଦୁଝର ଜିଲ୍ଲାକୁ ୩୨ ଥର ଯାଇଛି ।

ମୁଖ୍ୟମନ୍ତ୍ରୀ କହିଛନ୍ତି ୨୦୩୬ ସମୃଦ୍ଧ ଓଡ଼ିଶା ଓ ୨୦୪୭ ବିକଶିତ ଭାରତ ଆମର ଲକ୍ଷ୍ୟ ରଖାଯାଇଛି । ୨୦୩୬ ସୁଦ୍ଧା ଶ୍ରେଷ୍ଠ ୫ ରାଜ୍ୟରେ ଓଡ଼ିଶାକୁ ରଖିବାକୁ ଲକ୍ଷ୍ୟ ରଖିଛୁ । ଏଥିପାଇଁ ଅନେକ ଆହ୍ବାନ ରହିଛି, ସମ୍ମୁଖୀନ ହେବାକୁ ପଡ଼ିବ । ପ୍ରଥମ ବର୍ଷରୁ ଯୋଜନା କରିଛୁ, ଉତ୍କର୍ଷ ଓଡ଼ିଶା କନକ୍ଲେଭ୍ ଆୟୋଜନ କରିଥିଲୁ । ୨୨ ଲକ୍ଷ କୋଟିର ପ୍ରସ୍ତାବ ଆସିଥିଲା ଯାହାକି ବଡ଼ ସଫଳତା ।

ମୁଖ୍ୟମନ୍ତ୍ରୀ ଆଉ ମଧ୍ୟ କହିଛନ୍ତି ସରକାର ଲୋକଙ୍କୁ ଦେଇଥିବା ବିଭିନ୍ନ ପ୍ରତିଶ୍ରୁତି ପୂରଣ କରିବେ ଜିଲ୍ଲାପାଳ । ବିଭିନ୍ନ ଜିଲ୍ଲାରେ ବିଭିନ୍ନ ପ୍ରକଳ୍ପ ଘୋଷଣା କରାଯାଉଛି । ପ୍ରକଳ୍ପ କାର୍ଯ୍ୟ ପାଇଁ ମୁଖ୍ୟମନ୍ତ୍ରୀ କିମ୍ବା ମୁଖ୍ୟ ଶାସନ ସଚିବ ଯାଇ କାମ କରିବେ ନାହିଁ ବରଂ ଏହି କାମ ସେଠାକାର ଜିଲ୍ଲାପାଳଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ହେବ । ଯଦି କୌଣସି କାମ ହୋଇପାରୁ ନାହିଁ ତାହାର ଉତ୍ତରଦାୟିତ୍ୱ ଜିଲ୍ଲାପାଳଙ୍କ ଉପରେ ରହିବ । ଏହି ସ୍ୱଳ୍ପ ସମୟରେ ରାଜ୍ୟର ହଜାର ହଜାର ଲୋକଙ୍କ ସହିତ ବ୍ୟକ୍ତିଗତଭାବରେ ମିଶିବାର ସୁଯୋଗ ରହିଛି । ନିର୍ବାଚନୀ ଇସ୍ତାହାରରେ ଦିଆଯାଇଥିବା ୨୧ଟି ପ୍ରତିଶ୍ରୁତି ମଧ୍ୟରୁ ୧୧ଟି କାର‌୍ୟ୍ୟକାରୀ କରିଛୁ ।

 

Leave a Reply

Your email address will not be published. Required fields are marked *