ରାଜ୍ୟର ଦିନକୁ ଦିନ ବିଭିନ୍ନ ଜିଲ୍ଲାକୁ ବ୍ୟାପୁଛି ଝାଡ଼ାବାନ୍ତି । ଏହାକୁ ଦୃଷ୍ଟିରେ ରଖି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସୂଚନା ଦେଇ କହିଛନ୍ତି ଡାଇରିଆ ସ୍ଥିତି ଅଣାୟତ ଥିଲେ ବନ୍ଦ ରହିବ ସ୍କୁଲ୍ । ୩ ଜିଲ୍ଲାରେ ସ୍ଥିତି ଦେଖି ଜିଲ୍ଲାପାଳ ସ୍କୁଲ ବନ୍ଦ ନିଷ୍ପତ୍ତି ନେବେ। ସ୍ଥିତି ଯଦି ଅଣାୟତ୍ତ ଥାଏ , ତେବେ ଜିଲ୍ଲାପାଳ ସ୍କୁଲ ବନ୍ଦ ରଖିପାରିବେ। ସେହିପରି ମଧ୍ୟାହ୍ନ ଭୋଜନରେ ପିଲା ମାନଙ୍କୁ ଗରମ ଖାଦ୍ୟ ଦିଆଯିବ ଏବଂ ଫୁଟା ପାଣି ପିଇବାକୁ ପିଲା ମାନଙ୍କୁ ନିର୍ଦେଶ ରହିଛି। ସ୍କୁଲରେ ଥିବା ପାଣି ଟାଙ୍କିକୁ ସଫା କରିବା ଉପରେ ମଧ୍ୟ ଗୁରୁତ୍ଵ ଦିଆଯାଇଛି। କେନ୍ଦ୍ରୀୟ ଏବଂ ସ୍ଵାସ୍ଥ୍ୟ ବିଭାଗ ଟିମ୍ ଆଜି ଫୋକସ୍ ରେ ଥିବା ୩ ଜିଲ୍ଲା ଯଥା କଟକ, ଯାଜପୁର ଏବଂ ଭଦ୍ରକ ଜିଲ୍ଲା ଗସ୍ତ କରିବେ। ସୂଚନା ଯୋଗ୍ୟ; ଅତ୍ୟଧିକ ଖରା ଓ ଗରମ ଯୋଗୁଁ ଗତ ଅପ୍ରିଲ ୨୨ ତାରିଖରୁ ବନ୍ଦ ଥିବା ସ୍କୁଲ ଆସନ୍ତା କାଲି ଖୋଲିବା ନେଇ ନିଷ୍ପତି ହୋଇଥିବା ବେଳେ ଏବେ ରାଜ୍ୟରେ ଡାଇରିଆ ବ୍ୟାପୁଥିବାରୁ ଏହାକୁ ଦୃଷ୍ଟିରେ ସ୍ଥାନୀୟ ଜିଲ୍ଲାପାଳ ସ୍କୁଲ୍ ଖୋଲାଯିବ କିଣାହି ତାହାର ନିଷ୍ପତି ନେବେ ବୋଲି ମନ୍ତ୍ରୀ କହିଛନ୍ତି । Post navigation ଦିଲ୍ଲୀରୁ ଲେହ ଯାଉଥିବା ଇଣ୍ଡିଗୋ ବିମାନରେ ଯାନ୍ତ୍ରିକ ତ୍ରୁଟି; କଲା ଜରୁରୀ ଅବତରଣ ରାଜ୍ୟ ସରକାରଙ୍କ ୧ ବର୍ଷ ପୂର୍ତ୍ତି ସମାରୋହ: ଜନତା ମୈଦାନରେ ପ୍ରସ୍ତୁତି କାର୍ଯ୍ୟ ଅନୁଧ୍ୟାନ କଲେ ମୁଖ୍ୟମନ୍ତ୍ରୀ