ଓଡ଼ିଶା ରାଜ୍ୟସଭା ନିର୍ବାଚନରେ ବିପୁଳ କ୍ରସ୍ ଭୋଟିଂ ମଧ୍ୟରେ ପ୍ରତିକ୍ରିୟା ଦେଇଛନ୍ତି ନବ ନିର୍ବାଚିତ ରାଜ୍ୟସଭା ସାଂସଦ ଦିଲ୍ଲୀପ ରାୟ । ସେ କହିଛନ୍ତି ତିନି ମାସ ପର୍ଯ୍ୟନ୍ତ ରାଜ୍ୟସଭା ଲଢ଼ିବା ନେଇ ପ୍ଲାନ୍ ଆଉ ୭-୮ ଜଣ ବିଧାୟକ ଓ ଅନ୍ୟ ବରିଷ୍ଠ ନେତାଙ୍କ ସହ ଆଲୋଚନା କରୁଥିଲି । ବିଧାୟକଙ୍କ ସହ ଆଲୋଚନା କରି କୋର୍ ଗ୍ରୁପ୍ କରିଥିଲୁ। ବିଜୟ ମହାପାତ୍ର, ପ୍ରଭାତ ବିଶ୍ବାଳ, ପ୍ରଭାତ ତ୍ରିପାଠୀ ଏବଂ ରବୀନ୍ଦ୍ର ଜେନାଙ୍କ ସହ ଆଲୋଚନା କରିଥିଲି। ସେ ଆଉ ମଧ୍ୟ କହିଛନ୍ତି ରାଜ୍ୟସଭା ନିର୍ବାଚନରେ ୧୧ ନୁହେଁ, ୧୮ ବିଧାୟକଙ୍କ କ୍ରସ୍ ଭୋଟିଂ ପାଇଁ ପ୍ଲାନ୍ ହୋଇଥିଲା। ମୁଁ ଜିତିବା ପରେ କିଛି ବିଧାୟକ ମୋତେ ଫୋନ୍ କରିଥିଲେ। ଆମକୁ ଡରାଇ ଦିଆଗଲା, ସେଥିପାଇଁ ଭୋଟ ଦେଲୁନି ବୋଲି କହିଲେ। ସେଥିରୁ ୩ ଜଣ ବିଧାୟକ ଏବେ ଗଭୀର ଭାବେ ମନସ୍ତାପ କରୁଛନ୍ତି ଦଳୀୟ ପ୍ରାର୍ଥୀ ନହୋଇ ସ୍ବାଧୀନ ଭାବେ ଲଢ଼ିବାକୁ ନିଷ୍ପତ୍ତି ନେଇଥିଲି। ଦଳୀୟ ପ୍ରାର୍ଥୀ ହୋଇଥିଲେ ଏତେ ସମର୍ଥନ ମିଳିନଥାନ୍ତା। ସେହିପରି ନବୀନଙ୍କୁ କଲ୍ କରିଥିଲେ ମଧ୍ୟ ସେ କଥା ହେଲେନି ବୋଲି ଦିଲ୍ଲୀପ କହିଛନ୍ତି। ଆଗକୁ ଓଡ଼ିଶା ରାଜନୀତିରେ ବଡ଼ ପରିବର୍ତ୍ତନର ହେବ ।କ୍ରସ୍ ଭୋଟିଂ କରିଥିବା ବିଧାୟକଙ୍କ ରାଜନୈତିକ କ୍ୟାରିୟର କିଏ ଶେଷ କରିପାରିବେନି । Post navigation SCB Fire Tragedy: SCB ଅଗ୍ନିକାଣ୍ଡ ଘଟଣାରେ ୪ ଅଧିକାରୀ ନିଲମ୍ବିତ Cross Voting in Rajya Sabha Election: ଦୁଇ ବିଧାୟକଙ୍କ ସଭ୍ୟପଦ ରଦ୍ଦ ପାଇଁ ବାଚସ୍ପତିଙ୍କ ନିକଟରେ କଂଗ୍ରେସର ଆବେଦନ