ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲୀପ ରାୟ ଗୁରୁବାର ନବୀନ ନିବାସରେ ବିଜୁ ଜନତା ଦଳର ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି । ଡାକ୍ତରଖାନାରୁ ସୁସ୍ଥ ହୋଇ ଫେରିବା ପରେ ନବୀନ ଏବେ ନବୀନ ନିବାସରେ ବିଶ୍ରାମ ନେଉଛନ୍ତି ଓ ଦଳର ନେତାମାନଙ୍କୁ ଭେଟୁଛନ୍ତି । ଦଳର ନେତାଙ୍କ ସହ ଭେଟଘାଟ ସମୟରେ ଦିଲୀପଙ୍କ ନବୀନ ବିଷୟରେ ପଚାରି ଥିଲେ । ଏହି ସୂଚନା ଦିଲୀପ ପାଇବା ପରେ ରାଜନୀତିରୁ ଊର୍ଦ୍ଧ୍ବକୁ ଯାଇ ବ୍ୟକ୍ତିଗତ ସମ୍ପର୍କକୁ ଗୁରୁତ୍ବ ଦେଇ ନବୀନଙ୍କୁ ଭଟିଛନ୍ତି । ଦୀର୍ଘ ସମୟ ଧରି ଆଲୋଚନା ମଧ୍ଯରେ ନବୀନ ବେଶ୍ ଖୁସି ହୋଇଥିଲେ। ଦିଲୀପ ମଧ୍ଯ ନବୀନଙ୍କ ଆତ୍ମୀୟତାର ଝଲକ ଦେଖି ଅଭିଭୂତ ହୋଇଥିଲେ। ଅନ୍ୟପଟେ ଏହି ଦୁଇ ନେତାଙ୍କ ସାକ୍ଷାତକୁ ନେଇ ଟୁପୁରୁଟାପର ଆରମ୍ଭ ହୋଇଯାଇଛି । ଏହା ପୂର୍ବରୁ ନବୀନଙ୍କୁ ନବୀନ ନିବାସରେ ଭେଟିଥିଲେ ରାଜ୍ୟପାଳ ଡ. ହରି ବାବୁ କମ୍ଭମପଟ୍ଟି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କଠାରୁ ଆରମ୍ଭ କରି ଅନ୍ୟ ବରିଷ୍ଠ ନେତୃତ୍ବ ମଧ୍ଯ ଫୋନ୍ କରି ନବୀନଙ୍କ ସାସ୍ଥ୍ୟବସ୍ଥା ସମ୍ପର୍କରେ ଆଲୋଚନା କରିସାରିଛନ୍ତି । ଗୁରୁବାର ଦିଲୀପ ନବୀନ ନିବାସରେ ଦୀର୍ଘ ସମୟ ଧରି ନବୀନଙ୍କ ସହ ଆଲୋଚନ କରିଥିଲେ। ଏହା ଏକ ସୌଜନ୍ୟମୂଳକ ସାକ୍ଷାତକାର ଥିଲା। ଆଲୋଚନା ବେଳେ ଦିଲୀପ ନବୀନଙ୍କ ସାସ୍ଥ୍ୟବସ୍ଥା ସମ୍ପର୍କରେ ପଚାରି ବୁଝିଥିଲେ। ନବୀନ ମଧ୍ଯ ଦିଲୀପଙ୍କୁ ବ୍ୟକ୍ତିଗତ ଓ ପାରିବାରିକ କଥା ପ୍ରସଙ୍ଗରେ ଆଲୋଚନା କରିଥିଲେ, ହୋଟେଲ ଶିଳ୍ପ କିପରି ଚାଲିଛି ପଚାରିଥିଲେ। ଶିଲିଗୁଡ଼ି ହୋଟେଲ କଥା ପଚାରିଥିଲେ ଏବଂ କହିଥିଲେ ମୁଁ କେବେ ଗୋପାଳପୁର ହୋଟେଲ ଯାଇ ବୁଲିବି। ସୂଚନାଯୋଗ୍ୟ ଯେ ବିଜୁ ଜନତା ଦଳ ଗଠନରେ ଦିଲୀପ ରାୟ ରାୟଙ୍କ ଭୂମିକା ସବୁଠୁ ବେଶି ଥିଲା। ଦଳ ଗଠନ ପରେ ହିଁ ନବୀନ ବାବୁ ଦଳରେ ଯୋଗ ଦେଇଥିଲେ । ନବୀନଙ୍କ ବାପା ବିଜୁ ପଟନାୟକ ଦିଲୀପ ରାୟଙ୍କ ଘରେ ରହୁଥିଲେ। ଭାଜପା ସହ ଯେତେବେଳେ ବିଜଦ ଥିଲା ସେଇ ସମୟରେ କେନ୍ଦ୍ରରେ ମନ୍ତ୍ରୀ ଥିଲେ ଦିଲୀପ । ୨୦୦୨ ରାଜ୍ୟସଭା ନିର୍ବାଚନ ପରେ ସେ ବିଜଦରୁ ଦୂରେଇ ଯାଇଥିଲେ। Post navigation ପାଗ ଖରାପ ଯୋଗୁ ଭୁବନେଶ୍ୱରରେ ଓହ୍ଲାଇ ପାରିଲେନି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଉପରାଷ୍ଟ୍ରପତି ନିର୍ବାଚନ: ଭୋଟରୁ ବିରତ ରହିବା ବାଟ ବାଛିପାରନ୍ତି ନବୀନ