ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉପସ୍ଥିତିରେ ଆଜି ବିଜେପିରୁ ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ସୁଜିତ୍ କୁମାର ରାଜ୍ୟସଭା ନିର୍ବାଚନରେ ନାମାଙ୍କନ ଦାଖଲ କରିଛନ୍ତି । ସେଇଭଳି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟ ସ୍ୱାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ଭରିଛନ୍ତି । ନାମାଙ୍କନ ପରେ ଜିତିବା ନେଇ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ଦିଲ୍ଲୀପ ରାୟ । ତାଙ୍କ ସହିତ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହ ମନ୍ତ୍ରୀ ଅମିତ ଶାହ, ରାଷ୍ଟ୍ରୀୟ ଅଧ୍ୟକ୍ଷ ନିତିନ ନବୀନ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ସମର୍ଥନ ରହିଛି ବୋଲି ଦିଲ୍ଲୀପ ରାୟ କହିଛନ୍ତି । ବିଜେପି ନାମାଙ୍କନ ଭରିବା ପାଇଁ ପୂରା ସମର୍ଥନ ଯୋଗାଇ ଦେଇଛି । ଆସନ୍ତା ରାଜ୍ୟସଭା ନିର୍ବାଚନ ପାଇଁ ସେ କାଲିଠୁ ପ୍ରଚାର ଆରମ୍ଭ କରିବେ ବୋଲି ରାୟ କହିଛନ୍ତି । ୨୦୦୨ ପରି ଏଥର ମଧ୍ୟ ଜିତାପଟ ହାସଲ କରିବେ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି । ସେପଟେ କଂଗ୍ରେସ-ବିଜେଡି ହାତ ମିଶାଇବା ପ୍ରଶ୍ନରେ ପ୍ରତିକ୍ରିୟା ରଖି ରାୟ କହିଛନ୍ତି ଯେ, ଆମେ ବି ହାତ ମିଶାଇ ଦେବୁ । ଆସନ୍ତା ରାଜ୍ୟସଭା ନିର୍ବାଚନରେ ତାଙ୍କୁ ବିଜେଡି ଓ କଂଗ୍ରେସ ବିଧାୟକଙ୍କ ସମର୍ଥନ ମିଳିବ ବୋଲି ସେ ଆଶା ପ୍ରକଟ କରିଛନ୍ତି । Post navigation OTET Paper Leak Case:ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲା; ୮ ଜଣ ଅଭିଯୁକ୍ତଙ୍କୁ ମିଳିଲା ଜାମିନ