ଯାଜପୁର ପରେ ଏବେ ଭଦ୍ରକରେ ବ୍ୟାପିଛି ଝାଡ଼ାବାନ୍ତି ।ଭଣ୍ଡାରିପୋଖରୀ ପରେ ଧାମନଗରକୁ ଡେଇଁଲା ଝାଡ଼ାବାନ୍ତି । ଦୁଇ ଦିନରେ ୬୦ ଜଣ ଆକ୍ରାନ୍ତ ହସ୍ପିଟାଲ୍ରେ ଚିକିତ୍ସିତ। ଧାମନଗର ସହର, ଭଗବାନପୁର, ଖଡ଼ିପଦା ଅଞ୍ଚଳରେ ଝାଡ଼ାବାନ୍ତି ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଏନେଇ ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀଙ୍କୁ ଅବଗତ କରାଯାଇଛି । ଏହା ସହ ବିଶୁଦ୍ଧ ପାନୀୟ ପିଇବା ସହିତ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଝାଡ଼ାବାନ୍ତି ହେଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ବୋଲି ପରାମର୍ଶ ଦିଆଯାଇଛି । ତେବେ କେଉଁ କାରଣରୁ ଜିଲ୍ଲା ପରେ ଜିଲ୍ଲା ଝାଡ଼ାବାନ୍ତି ବ୍ୟାପୁଛି ତାହାର କାରଣ ସ୍ପଷ୍ଟ ହୋଇନାହିଁ । Post navigation ରାଜଧାନୀରେ ନାବାଳିକାଙ୍କୁ ଅପହରଣ ଉଦ୍ୟମ; ଦୁଇ ବଙ୍ଗୀୟ ଯୁବକ ଅଟକ ୧୮ ତାରିଖ ବଦଳରେ ୨୦ରେ ଖୋଲିବ ସ୍କୁଲ