ଗଞ୍ଜାମ ଜିଲା ଚିକିଟିରେ ବିଷାକ୍ତ ମଦମୃତ୍ୟୁକୁ ନେଇ ଏମ୍‌କେସିଜି ଅଧୀକ୍ଷକଙ୍କ ପ୍ରତିକ୍ରିୟା । ସେ କହିଛନ୍ତି ବାହାରୁ କିଛି ବିଷାକ୍ତ ପଦାର୍ଥ ମିଶାଯାଇ ଥାଇପାରେ କାରଣ ରୋଗୀ ଲକ୍ଷଣରୁ ବାହାରୁ କିଛି ବିଷାକ୍ତ ପଦାର୍ଥ ମିଶାଯାଇଥିବା ଲାଗୁଛି । ଅପମିଶ୍ରଣ ବା ବିଷକ୍ରିୟାରୁ ମୃତ୍ୟୁ ହୋଇଥିବା କହିଲେ ଏମ୍‌କେସିଜି ଏଫ୍‌ଏମ୍‌ଟି ମୁଖ୍ୟ । ଅଧିକ ତଥ୍ୟ ପାଇଁ ଭିସେରା ରିପୋର୍ଟକୁ ଅପେକ୍ଷା କରାଯାଇଛି ।

ଅନ୍ୟପଟେ ମଦରେ ଜଙ୍ଗଲୀ ଚେର ‘ସମୁଦି ମୂଳ’ ମିଶାଯାଇଥିବା କହିଲେ ଏସ୍‌ପି ।ସମୁଦି ମୂଳ ଚେରକୁ ନେଇ ଅଧିକ ତଦନ୍ତ କରାଯିବ ।

ସୂଚନଯୋଗ୍ୟ; ଚିକିଟି ବ୍ଲକ ଅନ୍ତର୍ଗତ ମାଉଁଦପୂର ଗ୍ରାମରେ ଅଗଷ୍ଟ ୧୯ରେ ବିଷାକ୍ତ ମଦ ପିଇ ୨୩ଜଣ ଲୋକ ଗୁରୁତର ହୋଇପଡିଥିଲେ। ସେମାନଙ୍କୁ ପ୍ରଥମେ ଚିକିଟି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଭର୍ତି କରାଯାଇଥିଲା । ତେବେ ୧୩ ଜଣଙ୍କ ଅବସ୍ଥା ଅଧିକ ଗୁରୁତର ହେବାରୁ ତାଙ୍କୁ ବ୍ରହ୍ମପୁର ଏମକେସିଜି ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା | ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ୫ ଜଣଙ୍କ ମୃତ୍ୟୁ ହୋଇସାରିଛି ।

Leave a Reply

Your email address will not be published. Required fields are marked *