ପାଣିରୁ ବ୍ୟାପିଛି ଡାଇରିଆ । ଫିଲ୍ଡ ଭିଜିଟ୍ ବେଳେ କେନ୍ଦ୍ରୀୟ ଟିମ୍ ତଥ୍ୟ ପାଇଥିବା ସୂଚନା ପାଇଥିବା ଜଣାପଡିଥିବା ବେଳେ ହଇଜା ସ୍ଥିତିକୁ ନେଇ କେନ୍ଦ୍ରୀୟ ଟିମ୍ ସହ ଲୋକସେବା ଭବନରେ ସ୍ୱାସ୍ଥ୍ୟବିଭାଗର ବୈଠକ ଆରମ୍ଭ ହୋଇଛି । ଏଥିସହ ସ୍ଥିତି ନିୟନ୍ତ୍ରଣକୁ ଆଣିବା ଲାଗି କଣ ହେବ ଆଗାମୀ ପଦକ୍ଷେପ ସେ ନେଇ କେନ୍ଦ୍ରୀୟ ଟିମ୍ ସରକାରଙ୍କୁ ପରାମର୍ଶ ଦେବେ।

ସୂଚନା ଯୋଗ୍ୟ; ରାଜ୍ୟରେ ହଇଜା ମାଡ଼ିବାରେ ଲାଗିଛି । ଗୋଟେ ପରେ ଗୋଟେ ଜିଲ୍ଲାକୁ ବ୍ୟାପୁଥିବାରୁ ସ୍ୱାସ୍ଥ୍ୟବିଭାଗର ଚିନ୍ତା ବଢାଇଛି । ପ୍ରତିଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ସ୍ଥିତିକୁ ଦେଖି ରାଜ୍ୟର ସବୁ ଜିଲ୍ଲାକୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ତେବେ ଡାଇରିଆ ବ୍ୟାପୁଥିବା ଅଞ୍ଚଳକୁ ଯାଇ ସ୍ଥିିତି ପରଖିଛନ୍ତି କେନ୍ଦ୍ରୀୟ ଟିମ୍ । ଗ୍ରାଉଣ୍ଡ ସ୍ତରୀୟ ରିପୋର୍ଟକୁ ନେଇ ଆଜିର ବୈଠକରେ ସରକାର ଓ ସ୍ୱାସ୍ଥ୍ୟବିଭାଗ ସହ ଆଲୋଚନା କରୁଛନ୍ତି କେନ୍ଦ୍ରୀୟ ଟିମ୍ । ପାଣି ଯୋଗୁଁ ଡାଇରିଆ ବ୍ୟାପୁଥିବା କହିଛି କେନ୍ଦ୍ରୀୟ ଟିମ୍ ।

Leave a Reply

Your email address will not be published. Required fields are marked *