ହାଇକୋର୍ଟ ଗଲେ ଧର୍ମଗଡ଼ର ପୂର୍ବତନ ଉପଜିଲ୍ଲାପାଳ ଧୀମନ୍ ଚକ୍‌ମା । ଜାମିନ୍ ପାଇଁ ହାଇକୋର୍ଟଙ୍କ ଦ୍ଵାରସ୍ଥ ହୋଇଛନ୍ତି ଧୀମାନ୍ ଚକ୍‌ମା। ଭିଜିଲାନ୍ସ କୋର୍ଟରେ ଜାମିନ ନାମଞ୍ଜୁର ପରେ ସେ ହାଇକୋର୍ଟଙ୍କ ଦ୍ଵାରସ୍ଥ ହୋଇଛନ୍ତି। ୧୦ ଲକ୍ଷ ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ଗିରଫ ହୋଇ ଜେଲ୍‌ରେ ଅଛନ୍ତି ଚକ୍‌ମା ।

ସୂଚନା ଯୋଗ୍ୟ, ଜଣେ କ୍ରସର ବ୍ୟବସାୟୀଙ୍କଠାରୁ ୧୦ ଲକ୍ଷ ଟଙ୍କା ଲାଞ୍ଚ ନେଇ ଧରାପଡ଼ିବା ପରେ ଆଇଏଏସ ଅଧିକାରୀ ଧୀମାନ ଚକମାଙ୍କ ଅଫିସ ଓ ବାସ ଭବନରେ ଚଢ଼ଉ ହୋଇଥିଲା । ଚଢ଼ଉ ବେଳେ ତାଙ୍କ ବାସଭବନରୁ ନଗଦ ୪୭ ଲକ୍ଷ ଟଙ୍କା ଜବତ ହୋଇଥିଲା । ଆଇନଗତ କାର୍ଯ୍ୟାନୁଷ୍ଠାନର ଭୟ ଦେଖାଇ ସବକଲେକ୍ଟର ଧୀମାନ ଚକମା ଜଣେ ସ୍ଥାନୀୟ କ୍ରସର ବ୍ୟବସାୟୀଙ୍କୁ ୨୦ ଲକ୍ଷ ଟଙ୍କା ଲାଞ୍ଚ ମାଗିଥିଲେ । ପ୍ରଥମ କିସ୍ତିରେ ୧୦ ଲକ୍ଷ ଟଙ୍କା ଲାଞ୍ଚ ନେବା ବେଳେ ତାଙ୍କୁ ଟ୍ରାପ କରିଥିଲା ଭିଜିଲାନ୍ସ । ତାଙ୍କ ଅଫିସ ଓ ବାସଭବନରେ ରେଡ୍ ବେଳେ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ ହୋଇଛି ।

Leave a Reply

Your email address will not be published. Required fields are marked *