ଆଜି ରାଜ୍ୟର ତୃତୀୟ ପର୍ଯ୍ୟାୟ ମତଦାନ ଦେବା ପୂର୍ବରୁ ମା’ ସମଲେଇଙ୍କ ଦର୍ଶନ କଲେ ଧର୍ମେନ୍ଦ୍ର ପ୍ରଧାନ । କହିଲେ ନିଜର ମତଦାନ ପୂର୍ବରୁ ମା’ ସମଲେଇଙ୍କ ଆଶୀର୍ବାଦ ଲୋକ କଲ୍ୟାଣକାରୀ ହେବ । ଦେଶକୁ ଏକ ଶକ୍ତିଶାଳୀ ଦେଶ ଏବଂ ଓଡିଶାକୁ ଦେଶରେ ଏକ ନମ୍ବର ରାଜ୍ୟ କରିବାକୁ ମୋଦୀଙ୍କର ଆହ୍ୱାନକୁ ଓଡିଶାବାସୀ ଆଶୀର୍ବାଦ କରିବେ ବୋଲି ବିଶ୍ୱାସ କରିଛନ୍ତି ଧର୍ମେନ୍ଦ୍ର । ମା’ ସମଲେଶ୍ୱରୀଙ୍କ ଆଶୀର୍ବାଦ ପାଇ ଆମେ କାମ କରିବୁ । ଏଥର ସମ୍ବଲପୁର ଲୋକସଭାରେ ବିଜେପିର ବିଜୟ ହେବ । ତେଣୁ ଭୋଟରଙ୍କୁ ଅନୁରୋଧ , ନିର୍ଘଣ୍ଟସମୟରେ ଆସି ଭୋଟ ଦେଇ ନିଜ ମତଦାନ ଅଧିକାର ସାବ୍ୟସ୍ତ କରି ଲୋକତନ୍ତ୍ରକୁ ମଜବୁତ କରନ୍ତୁ । ୫ ବର୍ଷରେ ଏ ପବିତ୍ର ସୁଯୋଗ ଆସିଛି । ଏହା ମାଧ୍ୟମରେ ରାଜ୍ୟ ଓ ଦେଶରେ ବହୁତ ବଡ ବଡ ପରିବର୍ତ୍ତନ ହେବ । ଦେଶର ସମ୍ପନ୍ନତା, ପ୍ରଗତିର ମାଧ୍ୟମ ଏହି ଭୋଟ ହୋଇଥିବାରୁ ବିପୁଳ ମାତ୍ରାରେ ଭୋଟ ଦେବାକୁ ଲୋକଙ୍କୁ ଅପିଲ କରିଛନ୍ତି । ସେ ଆହୁରି କହିଛନ୍ତି ‘ବିଜେପି ସରକାର ଦିଲ୍ଲୀରେ ହେବ , ବିଜେପି ସରକାର ଓଡିଶାରେ ବି ହେବ ଯାହା ଲୋକଙ୍କର କଲ୍ୟାଣକାରୀ ହେବ । ଗରିବଙ୍କର ବିକାଶ ହେବ, ଯୁବକ, ମହିଳା, କୃଷକ, ବଞ୍ଚିତ ବର୍ଗର ଲୋକେ ଆହୁରି ଭଲରେ ରହିବେ । ଏହା ଆମର ଏଲକ୍ଷ୍ୟ । Post navigation ରାଜ୍ୟରେ ଚାଲିଛି ତୃତୀୟ ପର୍ଯ୍ୟାୟ ମତଦାନ ଓମାନରେ ଫସିଛନ୍ତି ଓଡ଼ିଆ ଯୁବକ, ଉଦ୍ଧାର ପାଇଁ ପ୍ରଶାସନକୁ କରୁଛନ୍ତି ଗୁହାରି