ଧର୍ମଶାଳା ତହସିଲ ଅନ୍ତର୍ଗତ ଅଞ୍ଜିରା, ଚକ୍ରଧରପୁର, ସାହାଣୀଢିଅ, ମୁରାରୀପୁର, ନୂଆସାହି ମୌଜାରୁ ଶହ ଶହ ଟ୍ରିପ ଚୋରା ମୋରମ ରାତିର ଅନ୍ଧାରରେ ଚାଲଣ ହୋଇ ୫୩ ନଂ ଜାତୀୟ ରାଜପଥ ସମ୍ପ୍ରସାରଣ କାର୍ଯ୍ୟରେ ବ୍ୟବହାର ହେଉଛି । ଏ ସଂପର୍କରେ ‘ନିର୍ଭୟ’ର ମଙ୍ଗଳବାର ସଂସ୍କରଣରେ ‘ମୋହନ ସରକାରଙ୍କୁ ବଦନାମ ପାଇଁ ଚକ୍ରାନ୍ତ, ବେଧଡକ ଚାଲିଛି ମୋରମ ଲୁଟ’ ଶୀର୍ଷକ ଖବର ପ୍ରକାଶିତ ହୋଇଥିଲା । ଏହାକୁ ନେଇ ‘ନିର୍ଭୟ’ ପ୍ରତିନିଧି ସୁଶାନ୍ତ କୁମାର ବେହେରାଙ୍କୁ ଧମକ ଦେଇଛନ୍ତି ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ ।

ଧର୍ମଶାଳା ପ୍ରତିନିଧି ସୁଶାନ୍ତ କୁମାର ବେହେରାଙ୍କୁ ମଙ୍ଗଳବାର ଦିନ ସକାଳ ୯.୪୮ ମିନିଟ ସମୟରେ ହ୍ୱାଟ୍ସଅପ୍ କଲ୍ ଯୋଗେ ପ୍ରକାଶିତ ଖବର ସମ୍ପର୍କ’ରେ ପଚାରିଥିଲେ ବିଧାୟକ ହିମାଂଶୁ ସାହୁ । ଆମ ପ୍ରତିନିଧି ଏହି ଖବର ସତ୍ୟତା ଉପରେ ଆଧାରିତ ଏବଂ ଯାଜପୁର ଖଣି ନିର୍ଦ୍ଦେଶକଙ୍କ ସୂଚନା ପରେ ପ୍ରକାଶିତ ହୋଇଥିବା କହିଥିଲେ ମଧ୍ୟ ଫୋନରେ ଉତ୍ୟକ୍ତ ହୋଇପଡ଼ିଥିଲେ ବିଧାୟକ। ସେ ନିର୍ଭୟ ସମ୍ପାଦକଙ୍କ ଉଦ୍ଦେଶ୍ୟରେ ଭିନ୍ନ ବିଧାୟକ । ମନ୍ତବ୍ୟ ଦେବା ସହ ଏହା ମଧ୍ୟ କହିଥିଲେ ଯେ, ଯଦି ଖବର ପ୍ରକାଶ କରିବ ତେବେ ଗାଡ଼ି ଚଢ଼ାଇ ଦିଆଯିବ । ମୋ ପିଲାଙ୍କୁ ଲଗାଇ ଚାନ୍ଦା ମାଗୁଛି କହି ସାମାଜିକ ଗଣମାଧ୍ଯମରେ ବଦନାମ କରିବା ସହିତ ଆବଶ୍ୟକ ପଡ଼ିଲେ ସାମ୍ବାଦିକ ସମ୍ମିଳନୀ କରିବି । ୫ କୋଟି ଟଙ୍କା ଖର୍ଚ କରି ଭୁବନେଶ୍ବରରେ ଖବର କାଗଜ ଓ ସମ୍ପାଦକଙ୍କ ବିରୋଧରେ ପୋଷ୍ଟର ବ୍ୟାନର ଲଗାଇବି । ମୁଁ ଯାହା କହୁଛି ଏହାକୁ ତୁମେ ତୁମ ସମ୍ପାଦକଙ୍କୁ ଜଣାଇ ଦିଅ ବୋଲି ଧମକ ଦେଇଥିଲେ ବିଧାୟକ ହିମାଂଶୁ ସାହୁ ।

Leave a Reply

Your email address will not be published. Required fields are marked *