ଜଣେ କ୍ରସର୍ ମାଲିକଙ୍କଠାରୁ ଲାଞ୍ଚ ନେଇ ଗିରଫ ହୋଇଥିବା ଆଇଏଏସ୍ ଅଧିକାରୀ ତଥା କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଉପଜିଲ୍ଲାପାଳ ଧୀମାନ୍ ଚକମା ଡିପ୍ରେସନ ଯୋଗୁଁ ସ୍ବତନ୍ତ୍ର ମେଡିକାଲ ସେଲ୍‌ରେ ଅଛନ୍ତି । ଡାକ୍ତରୀ ପରୀକ୍ଷା ପରେ ଧୀମାନ ସୁସ୍ଥ ଥିବା ଜଣାପଡିଛି। ବ୍ୟବସାୟୀଙ୍କୁ ଚେତାବନୀ ଦେଇ ୨୦ ଲକ୍ଷ ଦାବି କରିଥିଲେ । ୧୦ ଲକ୍ଷ ଲାଞ୍ଚ ନେଇ ଗିରଫ ହୋଇଛନ୍ତି ଧୀମାନ ।

ଅନ୍ୟପଟେ ଲାଞ୍ଚ ନେଇ ଧର୍ମଗଡ଼ ଉପଜିଲ୍ଲାପାଳ ଧୀମାନ ଚକ୍‌ମା ଜେଲ୍‌ ଯିବା ଘଟଣାକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି କ୍ରସର୍ ମାଲିକ ହର୍ଷ ବେହେରାଙ୍କ ଏକ୍ସକ୍ଲୁସିଭ୍ । ସେ କହିଛନ୍ତି ଏ ସଂମ୍ପର୍କରେ ଜୁନ୍ ୧ତାରିଖରେ ଭିଜିଲାନ୍ସରେ ଅଭିଯୋଗ କରିଥିଲି। ଅତ୍ୟଧିକ ଖଣିଜ ଉତ୍ତୋଳନ ପାଇଁ ଖଣି ବିଭାଗ ଲଗାଇଥିଲା ଫାଇନ୍। ଆମ୍‌ଜୋରରେ ଥିବା କ୍ରସର୍ ପାଇଁ ୧ କୋଟି ୬୦ ଲକ୍ଷର ଫାଇନ୍ ଲଗାଯାଇଥିଲା । ସେହିପରି ମହିଚଲା ପିଚୁ ୟୁନିଟ୍‌ ପାଇଁ ୧୩ ଲକ୍ଷ ୨୧ ହଜାର ଫାଇନ୍ ଲଗାଯାଇଥିଲା ।

ଏହାପରେ ଖଣି ବିଭାଗ ଫାଇନ୍ କରିବା ପରେ ଉପଜିଲ୍ଲାପାଳ ଡାକିଥିଲେ । ୨୦ ଲକ୍ଷ ଦେଲେ ଫାଇନ୍ କଟିବନି ବୋଲି କହିଥିଲେ । ମେ’ ୧୪ ତାରିଖ ସୁଦ୍ଧା ଟଙ୍କା ଦେବାକୁ କହିଥିଲେ ଚକ୍‌ମା ସାର୍‌ । ମେ’ ୨୦ରେ ଚକ୍‌ମା ସାର୍‌ଙ୍କୁ ଭେଟିବାକୁ ଯାଇଥିଲି । ଜୁନ୍ ୧ ତାରିଖରେ ଭିଜିଲାନ୍ସରେ ଅଭିଯୋଗ କରିଥିଲି ।

Leave a Reply

Your email address will not be published. Required fields are marked *