ଭଦ୍ରକ ଜିଲ୍ଲା ଧାମନଗରର ଧୂଷୁରୀ ଥାନା ବୟାଙ୍ଗଡିହି ପଞ୍ଚାୟତ ଗୁଡୁପୋଖରୀ ବଜାରରେ ସଂଖ୍ୟାଲଘୁ ସମ୍ପ୍ରଦାୟର ପତାକା ଉପଡାକୁ ନେଇ ଉତେଜନା । ମୁହାଁମୁହିଁ ହେଲେ ୨ ଗୋଷ୍ଠୀ । ଗଣ୍ଡଗୋଳ ଓ ମାରପିଟରେ ୪ ଜଣ ଆହତ ହୋଇଥିବା ବଳେ ଜଣେ ଗୁରୁତର ହୋଇ କଟକ ବଡ ମେଡ଼ିକାଲ ସ୍ଥାନାନ୍ତର କରାଯାଇଛି ।

ଅନ୍ୟପଟେ ଗୁଡୁପୋଖରିରେ ଗୋଷ୍ଠୀ ସଂଘର୍ଷକୁ ନେଇ ବିଏନ୍‌ଏସ୍‌ଏସ୍‌ ୧୬୩ ଧାରା ଲାଗୁ ହୋଇଛି। । ଭଦ୍ରକ ଉପଜିଲ୍ଲାପାଳ ମନୋଜ ପାତ୍ରଙ୍କ ନିର୍ଦ୍ଦେଶରେ ୧୬୩ ଧାରା ଲାଗୁ କରାଯାଇଛି। ଏହି ଧାରା ଆଜି ଅପରାହ୍ନ ୨ ଟା ଠାରୁ ଆରମ୍ଭ ହୋଇ ୨୧ ତାରିଖ ଦିନ ସକାଳ ୧୦ ଟା ପର୍ଯ୍ୟନ୍ତ ବଳବତ୍ତର ରହିବ । ଏହି ସମୟରେ ଗୁଡୁପୋଖରିରି ଆଖାପାଖର ୧ କିଲୋମିଟର ପରିସରରେ ଏକତ୍ରିତ ଓ ଶୋଭାଯାତ୍ରାରେ ମଧ୍ୟ କଟକଣା ଲାଗୁକରାଯାଇଛି ।

Leave a Reply

Your email address will not be published. Required fields are marked *