ନୂଆପଡ଼ା ଉପନିର୍ବାଚନ ପାଇଁ ସରଗରମ ରାଜନୀତି। ତିନ ଦଳର ପ୍ରଚାରରେ କମ୍ପୁଛି ନୂଆପଡ଼ା।ନୂଆପଡ଼ା ଉପନିର୍ବାଚନକୁ ନେଇ ପୋଲିସ ମହାନିର୍ଦ୍ଦେଶକ ଓ୍ଵାଇବି ଖୁରାନିଆଙ୍କ ସମୀକ୍ଷା । ପୋଲିସ ମୁଖ୍ୟାଳୟ ଠାରେ ପୋଲିସ୍ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ଡିଜିପି । ଅବାଧ, ସ୍ୱଚ୍ଛ, ନିରପେକ୍ଷ ଉପନିର୍ବାଚନ ପରିଚାଳନା ଉପରେ ଗୁରୁତ୍ୱାରୋପ ଦିଆଯାଇଛି । ECI ନିର୍ଦ୍ଦେଶାବଳୀ ଅନୁସାରେ ଆଚରଣ ବିଧି କଡ଼ାକଡ଼ି ଅନୂପାଳନ ନିର୍ଦ୍ଦେଶ ଦିଆଯାଇଛି। ଏହା ସହ ଭିଆଇପି ଓ ଭିଭିଆଇପିଙ୍କ ଗସ୍ତ ସମ୍ପର୍କିତ ସୁରକ୍ଷା ବ୍ୟବସ୍ଥା ପାଇଁ ଭାରତୀୟ ନିର୍ବାଚନ କମିସନ ନିର୍ଦ୍ଦେଶାବଳୀକୁ ପାଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଡିଜିପି । ଏଥି ସହିତ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଗିରଫ, ବେଆଇନ ଟଙ୍କା କାରବାରକୁ ରୋକିବାକୁ ଗୁରୁତ୍ବ ଦିଆଯାଇଛି । ନୂଆପଡ଼ା ବିଧାନସଭା ଉନିର୍ବାଚନକୁ ସୁରୁଖୁରୁରେ ପରିଚାଳନା କରିବା ପାଇଁ ୧୪ କମ୍ପାନି କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବଳ, ୫ ପ୍ଲାଟୁନ୍ ରାଜ୍ୟ ସ୍ୱତନ୍ତ୍ର ସଶସ୍ତ୍ର ପୋଲିସ ତଥା ଅତିରିକ୍ତ ପୋଲିସ ରିଜର୍ଭ, ୩୫ଟି ମୋବାଇଲ୍ ପାଟ୍ରୋଲିଂ ପାର୍ଟି, ୧୮ଟି ଫ୍ଲାଇଙ୍ଗ ସ୍କ୍ୱାଡ୍, ୧୮ଟି ଷ୍ଟାଟିକ ସର୍ଭେଲାନ୍ସ ଟିମ୍ ସହିତ ଜିଲ୍ଲା ପୋଲିସ ଅଧିକାରୀ ଓ କର୍ମଚାରୀ ନିୟୋଜିତ ହେବେ। ସୂଚନା ଯୋଗ୍ୟ; ନୂଆପଡ଼ା ବିଧାନସଭା ଉପନିର୍ବାଚନ ପାଇଁ ସୋମବାର ନାମାଙ୍କନ ଶେଷ ହୋଇଛି। ସମୁଦାୟ ୧୯ ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ନାମାଙ୍କନ ଭରିଥିବା ପ୍ରାର୍ଥୀଙ୍କ ମଧ୍ୟରେ ୧୧ ସ୍ବାଧୀନ ପ୍ରାର୍ଥୀ ରହିଛନ୍ତି। ତେବେ ଏହା ପରେ ୨୨ରେ ପ୍ରାର୍ଥୀପତ୍ର ଯାଞ୍ଚ ଏବଂ ଅକ୍ଟୋବର ୨୪ ତାରିଖ ହେଉଛି ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ତାରିଖ। ନଭେମ୍ବର ୧୧ ତାରିଖରେ ମତଦାନ ଏବଂ ୧୪ରେ ଭୋଟ୍ ଗଣତି କରାଯାଇ ଫଳାଫଳ ଘୋଷଣା କରାଯିବ। Post navigation Untimely Ratha Jatra: ଇସ୍କନର ଅଦିନିଆ ରଥଯାତ୍ରା ନେଇ ଗଜପତି ମହାରାଜାଙ୍କ ଚିଠି