ଭୋଗରାଇ ଥାନା IIC ଶ୍ରୀବଲ୍ଲଭ ସାହୁ ସସ୍ପେଣ୍ଡ୍ । କାର୍ଯ୍ୟରେ ଅବହେଳା ପାଇଁ ସସ୍ପେଣ୍ଡ୍ କଲେ ଡିଜିପି । ଜଣେ ଯୁବକଙ୍କ ହାତ ଗୋଡ଼ରେ ହ୍ୟାଣ୍ଡକପ୍ ପକାଇ ନିର୍ଯାତନା ମାମଲାରେ IICଙ୍କୁ ସସ୍ପେଣ୍ଡ୍। ବିନା ମାମଲାରେ ଦୁଇ ଦିନ ଧରି ଯୁବକଙ୍କୁ ନିର୍ଯାତନା ଦେଇଥିଲେ । ସାମାନ୍ୟ ବାଇକ୍ ଅଦଳ ବଦଳ ଘଟଣାକୁ ନେଇ ଅମାନୁଷିକ ଦଣ୍ଡ ଦିଆଯାଇଥିଲା । ହସ୍ତକ୍ଷେପ କରି ଅଭିଯୁକ୍ତଙ୍କୁ ଥାନାରୁ ମୁକୁଳାଇ ଥିଲେ ସାଂସଦ ପ୍ରତାପ ଷଡ଼ଙ୍ଗୀ । ସୂଚନା ଯୋଗ୍ୟ; ଏକ ମଟର ସାଇକେଲ ଅଦଳବଦଳକୁ କେନ୍ଦ୍ର କରି ଭୋଗରାଇ ଥାନା ଅଧିନସ୍ଥ ବାରବାଟିଆ ଗ୍ରାମର ଜୟନ୍ତୀ ରଥ ଏବଂ ଜୟରାମପୁର ଗ୍ରାମର କାର୍ତ୍ତିକ ଚନ୍ଦ୍ର ଭୋଳଙ୍କ ମଧ୍ୟରେ ବିବାଦ ହୋଇଥିଲା । ଏ ନେଇ ଜୟନ୍ତୀ ରଥ ଭୋଗରାଇ ଥାନାରେ ଅଭିଯୋଗ କ୍ରମେ ପୋଲିସ କାର୍ତ୍ତିକ ଭୋଳଙ୍କୁ ଉଠାଇ ଆଣିଥିଲା । ଦୁଇ ଦିନ ଧରି ଯୁବକଙ୍କ ହାତ ଏବଂ ଗୋଡ଼ରେ ହ୍ୟାଣ୍ଡକପ୍ ପକାଇ ପୋଲିସ ନିର୍ଯ୍ୟାତନା ଦେଇଥିବା ଜାଣି ସାଂସଦ ଉକ୍ତ ମାମଲାରେ ହସ୍ତକ୍ଷେପ କରିଛନ୍ତି । ଘଟଣାରେ ପୋଲିସ ମାମଲା ରୁଜୁ କରି ନଥିବା ମଧ୍ୟ ଜଣାପଡ଼ିଥିଲା । ଏହା ପରେ ସାଂସଦ ନିଜେ ଭୋଗରାଇ ଥାନାକୁ ଆସି ପ୍ରଥମେ ଘଟଣାର ସତ୍ୟାସତ୍ୟ ଜାଣିବା ପରେ ବାଲେଶ୍ୱର ଏସ୍ପିଙ୍କୁ ଭିଡ଼ିଓ କଲ୍ କରି ଯୁବକଙ୍କ ହାତ ଗୋଡ଼ ବନ୍ଧା ଥିବା ଦେଖାଇଥିଲେ । SPଙ୍କ ନିର୍ଦ୍ଦେଶ ପରେ ନିର୍ଯାତନାର ଶିକାର ବ୍ୟକ୍ତିଙ୍କୁ ଛାଡ଼ି ଦିଆଯାଇଥିଲା । ଏହାପରେ IIC ଶ୍ରୀବଲ୍ଲଭ ସାହୁ ସସ୍ପେଣ୍ଡ୍ କଲେ ଡିଜିପି । Post navigation ଯୋଗ ଦିବସ ପୂର୍ବରୁ ଯୋଗ ଶିକ୍ଷୟିତ୍ରୀଙ୍କୁ ଧର୍ଷଣ ଅଭିଯୋଗ