ଭୁବନେଶ୍ୱର ଲୋୟରପିଏମଜି ଠାରେ ବିକ୍ଷୋଭକାରୀଙ୍କ ଆକ୍ରମଣର ଶିକାର ହୋଇ ଗୁରୁତର ଆହତ ଅବସ୍ଥାରେ କ୍ୟାପିଟାଲ ହସପିଟାଲରେ ଚିକିତ୍ସାଧୀନ ହେଉଥିବା ପୋଲିସ କର୍ମଚାରୀ ଏବଂ ଆହତ ସାମ୍ବାଦିକ ପ୍ରଭାତ ବିଷୋୟୀଙ୍କୁ, ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ସାକ୍ଷାତ କରିବା ସହ ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ବୁଝି ଆଶୁ ଆରୋଗ୍ୟ କାମନା କରିଛନ୍ତି । ଯେଉଁମାନେ ମାଡ଼ ମାରିଛନ୍ତି ସେମାନେ ଯେଉଁଠି ଥିଲେ ବି ବନ୍ଧା ହେବେ । ଆଇନ ହାତରୁ ଖସିଯାଇପାରିବେ ନାହିଁ ବୋଲି ପୋଲିସ ଡିଜିପି ଖୁରାନିଆ କହିଛନ୍ତି । କଂଗ୍ରେସ ପକ୍ଷରୁ ଆଜି ଲୋୟର ପିଏମଜିରେ ଆନ୍ଦୋଳନ କରାଯାଇଥିଲା । ପୋଲିସ -କଂଗ୍ରେସ କର୍ମୀ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା । ସେହି ଆକ୍ରମଣରେ ୧୫ ଜଣ ପୁଲିସ କର୍ମଚାରୀ ଆହତ ହୋଇଛନ୍ତି । Post navigation ଆହତ ପୋଲିସ କର୍ମଚାରୀଙ୍କୁ ଭେଟିଲେ ମନମୋହନ ସାମଲ ରାଜ୍ୟର ଆଉ ୮ ସହରକୁ ମିଳିବ ‘ଆମ ବସ୍’ ସେବା