ଅପରେସନ ସିନ୍ଦୂରକୁ ନେଇ ତିନି ସେନା ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରାଯାଇଛି । ଆଲୋଚନା ପୂର୍ବରୁ DGMO ବ୍ରିଫିଂ ।ଅପରେସନ ସିନ୍ଦୂର ନେଇ ଦ୍ବିତୀୟ ବ୍ରିଫିଂ । ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ କହିଲେ ଆମ ଲଢ଼େଇ ଆତଙ୍କବାଦ ଓ ଆତଙ୍କୀଙ୍କ ବିରୋଧରେ ଥିଲା, କିନ୍ତୁ ପାକିସ୍ତାନ ଏହାକୁ ଯୁଦ୍ଧ ଭାବେ ଗ୍ରହଣ କଲା । ପାକିସ୍ତାନ ସେନା ଆତଙ୍କବାଦୀଙ୍କ ସାଥ ଦେଲା । ଭାରତ କେବଳ ଆତଙ୍କବାଦୀ ଆଡ୍ଡା ଉପରେ ଆକ୍ରମଣ ହେଲା । ଆତଙ୍କୀ ଉପରେ ଆକ୍ରମଣକୁ ପାକ୍ ନିଜ ଉପରକୁ ନେଇଗଲା । ଆମ ସାଙ୍ଗରେ ଲଢ଼େଇ ପାଇଁ ଆଗେଇ ଆସିଲା । ଏୟାର ମାର୍ଶଲ ଏକେ ଭାରତୀ କହିଛନ୍ତି ଏହା ଦୁଃଖର ବିଷୟ ଯେ ପାକିସ୍ତାନୀ ସେନା ଆତଙ୍କବାଦୀଙ୍କ ପାଇଁ ଆମ ପ୍ଲାନିଂରେ ହସ୍ତକ୍ଷେପ କରିବାକୁ ଆଗେଇ ଆସିଲା ତେଣୁ ଆମେ ଦୃଢ଼ ଜବାବ ଦେଲୁ । ପାକର ଡ୍ରୋନ୍ ଆକ୍ରମଣକୁ ପଣ୍ଡ କରିଛି ସେନା । ଫେଲ୍ ମାରିଲା ପାକିସ୍ତାନର ଚୀନ ମିସାଇଲ । ଆବଶ୍ୟକ ହେଲେ ଆମେ ପରବର୍ତ୍ତୀ ମିଶନ ପାଇଁ ପ୍ରସ୍ତୁତ। ଆମ ଏୟାର ଡିଫେନ୍ସ ସିଷ୍ଟମକୁ ଭେଦ କରିବା ପାକିସ୍ତାନ ପାଇଁ ଅସମ୍ଭବ । ଚୀନର ପିଏଏଲ-୧୫ ମିସାଇଲକୁ ଖସାଇଛି ଭାରତ । ପାକିସ୍ତାନର ଡ୍ରୋନ ଆକ୍ରମଣକୁ ଆମେ ନିଷ୍କ୍ରିୟ କରିଛୁ । ବିରାଟ କୋହଲିଙ୍କୁ ମନେ ପକାଇଲେ….ଭାରତର ସୁରକ୍ଷା ସ୍ତରକୁ ଇଂଲଣ୍ଡ-ଅଷ୍ଟ୍ରେଲିଆ ମ୍ୟାଚର ଉଦାହରଣ ଦେଇ ବୁଝାଇଲେ ସ୍ଥଳସେନା ଡିଜିଏମ୍ଓ ରାଜୀବ ଘାଇ। ଜେନେରାଲ ରାଜୀବ ଘାଇ କହିଛନ୍ତି, ଇଂଲଣ୍ଡ ବ୍ୟାଟରଙ୍କୁ ଜେଫ୍ ଥମ୍ପ୍ସନ, ଡେନିସ ଲିଲି ଧରାଶାୟୀ କରିଥିଲେ ।ଆସେସ୍ ଲଢ଼େଇରେ ଏହି ୨ ବୋଲରଙ୍କୁ ସାମ୍ନା କରି ପାରିନଥିଲେ। କୋହଲିଙ୍କର ଜଣେ ବଡ଼ ସମର୍ଥକ । ସେହିପରି ଗତ କିଛି ବର୍ଷ ଧରି ଆତଙ୍କବାଦୀ କାର୍ଯ୍ୟକଳାପରେ ପରିବର୍ତ୍ତନ ଆସିଛି, ଆମର ନାଗରିକମାନଙ୍କୁ ମଧ୍ୟ ଟାର୍ଗେଟ କରାଯାଇଥିଲା । ଆମେ LOC ପାର କରି ଆକ୍ରମଣ କଲୁ । ସେ ଆଉ ମଧ୍ୟ କହିଛନ୍ତି ଆମର ଚାରି ଲେୟର ସୁରକ୍ଷା କବଚ ରହିଛି, ପାକିସ୍ତାନ ପାଖରେ ନାହିଁ । ସେଥିପାଇଁ ଆମର କିଛି କ୍ଷତି ହୋଇନି, ସେମାନେ ପହଞ୍ଚି ପାରି ନାହାନ୍ତି । ପରନ୍ତୁ ପାକିସ୍ତାନ କ’ଣ କ୍ଷତି ସହିଛି ତାହା ଆମେ ଦେଖାଇ ସାରିଛୁ । ଭାରତ ବିରୋଧରେ ପାକିସ୍ତାନ ୟୁଏଭି ଏବଂ ପିଏଲ୧୫ କ୍ଷେପଣାସ୍ତ୍ର ବ୍ୟବହାର କରିଥିଲା । ଏହାର ଧ୍ବଂସାବଶେଷ ଠାବ କରାଯାଇଛି। ଆତଙ୍କବାଦୀମାନେ ଏବେ ସେନା ସହିତ ନିରୀହ ନାଗରିକଙ୍କୁ ବି ଟାର୍ଗେଟ କରୁଛନ୍ତି । ପହଲଗାମ୍ ହମ୍ଲା ପରେ ସେମାନଙ୍କ ପାପର କଳସ ଭରି ସାରିଥିଲା । ଅପରେସନ ସିନ୍ଦୂର ମାଧ୍ୟମରେ ଆମେ ଏହାର କଡ଼ା ଜବାବ ଦେଇଛୁ । ସେହିପରି ଭାଇସ୍ ଆଡମିରାଲ୍ ଏ.ଏନ୍. ପ୍ରମୋଦ କହିଛନ୍ତି, ‘ବର୍ତ୍ତମାନର ଯୁଦ୍ଧରେ ଆମର ଏୟାରକ୍ରାଫ୍ଟ ଏବଂ ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ର ଶହ ଶହ କିଲୋମିଟର ଦୂରରୁ ମଧ୍ୟ କୌଣସି ସନ୍ଦିଗ୍ଧ ଶତ୍ରୁ ବିମାନ କିମ୍ବା ଅନ୍ୟ ବିପଦକୁ ନିକଟକୁ ଆସିବାକୁ ଦେଇ ନଥିଲା । ନୌସେନା ଏକକାଳୀନ ଜଳ, ସ୍ଥଳ ଏବଂ ଆକାଶରେ ଥିବା ବିପଦକୁ ଜାଣିବାରେ ସକ୍ଷମ ହୋଇଥିଲା । ଆମେ ସର୍ବାଧିକ ରାଡାର ବ୍ୟବହାର କରିଥିଲୁ ଏବଂ ସମସ୍ତ ଡ୍ରୋନ ଉପରେ ନଜର ରଖିଥିଲୁ । ଆମର ପାଇଲଟମାନେ ଆମ ବିମାନରେ ଦିନରାତି କାମ କରିବାରେ ସକ୍ଷମ । Post navigation ଭୁବନେଶ୍ୱର ନୂଆ ଷ୍ଟେସନରୁ ଗଡ଼ିଲା ୩ଟି ଏକ୍ସପ୍ରେସ୍ ଆଜି ରାତି ୮ଟାରେ ରାଷ୍ଟ୍ରକୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ମୋଦି