ଶନିବାର ଦିନ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (DGCA), ଘରୋଇ ବିମାନ ସେବା ପ୍ରଦାନକାରୀ କମ୍ପାନୀ ଇଣ୍ଡିଗୋ ଏୟାର ଲାଇନ୍ସ ଉପରେ ୨୨ କୋଟି ୨୦ ଲକ୍ଷ ଟଙ୍କାର ଜରିମାନା ଲଗାଇଛି । ଏହା ବ୍ୟତୀତ ଇଣ୍ଡିଗୋ ଉପରେ ୧.୮୦ କୋଟି ଟଙ୍କାର ଅତିରିକ୍ତ ଜରିମାନା ମଧ୍ୟ କରାଯାଇଛି । ଇଣ୍ଡିଗୋକୁ ୫୦ କୋଟି ଟଙ୍କାର ବ୍ୟାଙ୍କ ଗ୍ୟାରେଣ୍ଟି ଦାଖଲ କରିବାକୁ କୁହାଯାଇଛି । ଗତ ଡିସେମ୍ବର ମାସରେ ସାରା ଦେଶରେ ବିଭିନ୍ନ ବିମାନ ବନ୍ଦରରେ ଶହ ଶହ ବିମାନ କ୍ୟାନସଲ ଓ ବିଳମ୍ବ ହେବାରୁ ପ୍ରାୟ ୧୦ ଦିନ ଧରି ହଜାର ହଜାର ଯାତ୍ରୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ । ସୂଚନାଥାଉକି, ଇଣ୍ଡିଗୋ ଗତ ଡିସେମ୍ବର ୨ ରୁ ୧୦ ତାରିଖ ମଧ୍ୟରେ ୫ ହଜାରରୁ ଅଧିକ ଉଡ଼ାଣ ବାତିଲ କରିବା ସହିତ ଶହ ଶହ ଇଣ୍ଡିଗୋ ବିମାନ ବହୁତ ବିଳମ୍ବରେ ପରିଚାଳିତ ହୋଇଥିଲା । ପୂର୍ବରୁ, ଏହି ଘଟଣା ଦ୍ୱାରା ପ୍ରଭାବିତ ସମସ୍ତ ଗ୍ରାହକ ଏବଂ ଶିଳ୍ପ ଅଂଶୀଦାରଙ୍କ ନିକଟରେ ଇଣ୍ଡିଗୋ କ୍ଷମା ପ୍ରାର୍ଥନା କରୁଛି ବୋଲି କହିଥିଲା । ତୃଟିର ପୁନରାବୃତ୍ତି ଯେପରି ନ ହେବ ଧ୍ୟାନ ଦେବା ସହିତ ବାତିଲ୍ ଟିକେଟର ପୂର୍ଣ୍ଣ ଅର୍ଥ ଗ୍ରାହକଙ୍କୁ ଫେରସ୍ତ କରିବ ବୋଲି ଇଣ୍ଡିଗୋ କହିଥିଲା । ସୂଚନା ଅନୁଯାୟୀ, ଡିଜିସିଏର ଏକ ୪ ଜଣିଆ ଅଧିକାରୀଙ୍କୁ ନେଇ କମିଟି ଗଠନ କରାଯାଇଥିଲା । ଏହି କମିଟି ଘଟଣାର ତଦନ୍ତ ରିପୋର୍ଟ ମନ୍ତ୍ରାଳୟକୁ ଦେଇଥିଲା । Post navigation Rakesh Agarwal New NIA DG: ରାକେଶ ଅଗ୍ରୱାଲ ନୂଆ ଏନଆଇଏ ଡିଜି