ଆଜି ପୁରୀ ଶରଧାବାଲି ଦଳାଚକଟାରେ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଘଟଣାର ସାକ୍ଷ୍ୟ ଓ ତଥ୍ୟ ଗ୍ରହଣ କରିବେ ଉନ୍ନୟନ କମିଶନର। ଭୁବନେଶ୍ବର ରାଜ୍ୟ ଅତିଥି ଭବନରେ ଆଜି ଅପରାହ୍ନ ପରଠୁ ସାକ୍ଷାତ । ଆସନ୍ତାକାଲି ଅପରାହ୍ନ ୩ରୁ ପୁରୀ ସ୍ପେଶାଲ୍ ସର୍କିଟ୍ ହାଉସ୍ରେ ସାକ୍ଷାତ। ଏ ନେଇ ସୂଚନା କିମ୍ବା ତଥ୍ୟ ଦେବାକୁ ମେଲ୍ ଆଇଡି ଓ ଟେଲିଫୋନ୍ ନଂ ଜାରି କରାଯାଇଛି। ଯୋଗାଯୋଗ ପାଇଁ ଟେଲିଫୋନ୍ନଂ -୦୬୭୪-୨୫୩୬୮୮୨/୨୩୯୧୯୭୦ ଓ [email protected] ମେଲ୍ ଆଇଡି ଦିଆଯାଇଛି। ପୂର୍ବରୁ ପୁରୀ ଶରଧାବାଲିରେ ଦଳାଚକଟା ଘଟଣାରେ ଉନ୍ନୟନ କମିଶନର କହିଥିଲେ, ଜନସାଧାରଣଙ୍କ ନିକଟରେ ଦଳାଚକଟା ସମୟର ଯାହା ଭିଡିଓ କି ତଥ୍ୟ ଅଛି ତାହା ଆମକୁ ପ୍ରଦାନ କରନ୍ତୁ । ଅନେକ ଲୋକ ଦଳାଚକଟା ସମୟରେ ଭିଡିଓ କରିଥିଲେ । ଯାହାକି ତଦନ୍ତରେ ସହଯୋଗ କରିବ । ଯେ କେହି ଭେଟି ତଥ୍ୟ ଦେବାକୁ ଚାହୁଁଛନ୍ତି ରାଜ୍ୟ ଅତିଥି ଭବନ ଭୁବନେଶ୍ବର ଓ ପୁରୀ ସ୍ପେଶାଲ ସର୍କିଟ ହାଉସରେ ଅପରାହ୍ନ ୩ଟା ପରେ ଦେଇପାରିବେ । ଲୋକଙ୍କ ପାଖରେ ତଥ୍ୟ ଏବଂ ଭିଡିଓ ଥିଲେ [email protected] ମେଲ୍ରେ ପଠାଇବାକୁ ଓ ଯୋଗାଯୋଗ ପାଇଁ ଟେଲିଫୋନ୍ନଂ -୦୬୭୪-୨୫୩୬୮୮୨/୨୩୯୧୯୭୦ ଜାରି କରାଯାଇଛି । Post navigation ସମ୍ପନ୍ନ ହେଲା ଘୋଷଯାତ୍ରା; ଶ୍ରୀମନ୍ଦିରକୁ ବାହୁଡ଼ିଲେ ଚତୁର୍ଦ୍ଧାମୂର୍ତ୍ତି ଭାରତ ବନ୍ଦକୁ ବିଜେଡିର ସମର୍ଥନ