ପୁରୀ ଜିଲ୍ଲା ମଙ୍ଗଳପୁରରେ ଜଣେ ବାର୍ଡ ଫ୍ଲୁ ଚିହ୍ନଟ ହୋଇଥିବା ସୂଚନା ଦେଲେ ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ । ସେ କହିଛନ୍ତି ବାର୍ଡ ଫ୍ଲୁ ଏକ ଭୁତାଣୁଜନିତ ରୋଗ ଯାହା ଦ୍ୱାରା କୁକୁଡା ଇତ୍ୟାଦି ପକ୍ଷୀ ଆକ୍ରାନ୍ତ ହୋଇଥାନ୍ତି ଓ ଏହି ଆକ୍ରାନ୍ତ ପକ୍ଷୀମାନଙ୍କଠାରୁ ମଣିଷ ମାନେ ମଧ୍ୟ ଆକ୍ରାନ୍ତ ହେବାର ସମ୍ଭାବନା ଥାଏ। ମଙ୍ଗଳପୁରରେ ଜଣେ ବାର୍ଡ ଫ୍ଲୁ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ବ୍ୟକ୍ତିଙ୍କ ରିପୋର୍ଟ ଆସିଛି । ରିପୋର୍ଟ ପରେ ସ୍ବାସ୍ଥ୍ୟ ବିଭାଗ ଆଲର୍ଟରେ ରହିଛି । ଏହା ସହ ପିପିଲି ଓ ସତ୍ୟବାଦୀରେ ସର୍ଭେଲାନ୍ସ ବଢ଼ାଯାଇଛି । ୧ରୁ ୧୦ କିମି ଭିତରେ ୨ ଥାକିଆ ସର୍ଭେଲାନ୍ସ ହେଉଛି । ଏନେଇ ସମ୍ପୃକ୍ତ ଅଞ୍ଚଳରେ ଆଶା କର୍ମୀମାନେ ଘରକୁ ଘର ବୁଲି ଲୋକଙ୍କୁ ସଚେତନ କରିବା ସହ ତାମିଫ୍ଲୁ ମେଡିସିନ ବିତରଣ କରୁଛନ୍ତି।

ଏହା ଛଡା ସେ କହିଛନ୍ତି କୁକୁଡା ସଂସ୍ପର୍ଶରେ ଆସି କୌଣସି ବ୍ୟକ୍ତିଙ୍କୁ ଜ୍ଵର, ଛିଙ୍କ, କାଶ ହେଲେ ତୁରନ୍ତ ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ ।

Leave a Reply

Your email address will not be published. Required fields are marked *