ସୁଭଦ୍ରା ଯୋଜନା ନେଇ ଗଣମାଧ୍ୟମକୁ ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ସୂଚନା । ସେ କହିଛନ୍ତି ସେପ୍ଟେମ୍ବର ୧୭ ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ଏହା ଲାଗୁ ହେବ । କିନ୍ତୁ ସୁଭଦ୍ରା ଯୋଜନା ପାଇଁ ସରକାର ଏବେ କୌଣସି ବିଜ୍ଞପ୍ତି କିମ୍ବା କୌଣସି ଫର୍ମ ବାହାର କରାଯାଇନାହିଁ । ଏପର୍ଯ୍ୟନ୍ତ ଏସ୍‌ଓପି ପ୍ରସ୍ତୁତି ଚାଲିଛି । ଅଗଷ୍ଟ ୧୫ ତାରିଖ ସୁଦ୍ଧା ବୁଦ୍ଧିଜୀବୀଙ୍କ ମତାମତ ନେବୁ । ସେମାନଙ୍କ ମତାମତ ପରେ ଏସ୍‌ଓପି ପ୍ରସ୍ତୁତ କରାଯିବ ।

ସରକାର ସମସ୍ତଙ୍କ ଅବଗତି ନିମନ୍ତେ ପ୍ରଚାର ପ୍ରସାର କରିବେ । କୌଣସି ୱେବସାଇଟ୍‌ ଖୋଲିନି, ସୁଭଦ୍ରାକୁ ନେଇ ଉଠୁଥିବା ଗୁଜବକୁ ବିଶ୍ୱାସ କରନ୍ତୁ ନାହିଁ। ଆବେଦନ ପ୍ରକ୍ରିୟାକୁ ସରଳ କରାଯିବ। । ଇନକମ୍‌ ସାର୍ଟିଫିକେଟ ଦରକାର ପଡ଼ିବ ନା ନାହିଁ ସ୍ଥିର ହୋଇନି ।

Leave a Reply

Your email address will not be published. Required fields are marked *