ରାଜ୍ୟରେ ଡେଙ୍ଗୁ ଥମିବାର ନା ନେଉନି। ଦିନକୁ ଦିନ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ରାଜ୍ୟରେ ବଢିବାରେ ଲାଗିଛି । ଡେଙ୍ଗୁ ସଂକ୍ରମଣକୁ ରୋକିବା ପାଇଁ ସରକାର ବିଭିନ୍ନ ବ୍ୟବସ୍ଥା କରୁଥିଲେ ମଧ୍ୟ ଦିନକୁ ଦିନ ଏହା ବଢ଼ିବାରେ ଲାଗିଛି। ଗତ ବର୍ଷ ତୁଳନାରେ ଏ ବର୍ଷ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବର୍ତ୍ତମାନ ସୁଦ୍ଧା ଅଧିକ ରହିଥିବାରୁ ତତ୍ପର ହୋଇଛି ସ୍ୱାସ୍ଥ୍ୟ ବିଭାଗ। ଚଳିତ ବର୍ଷ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ବଢିଥିବାବେଳେ ଖୋର୍ଦ୍ଧା ସର୍ବାଗ୍ରେ ରହିଛି। ସୂଚନା ମୁତାବକ ଗତକାଲି ସୁଦ୍ଧା ହଜାରେ ପାର କରିଛି ରୋଗୀଙ୍କ ସଂଖ୍ୟା । ଗତବର୍ଷ ଏହି ସମୟରେ ୬୦୦ ଡେଙ୍ଗୁ ରୋଗୀଙ୍କ ସଂଖ୍ୟାଥିବା ବେଳେ ଏବର୍ଷ ରୋଗୀଙ୍କ ସଂଖ୍ୟା ବଢ଼ି ୧୦୭୬ରେ ପହଞ୍ଚିଛି । ସର୍ବାଧିକ ଡେଙ୍ଗୁ ରୋଗୀ ଖୋର୍ଦ୍ଧାରେ ୨୯୦ ଥିବା ବେଳେ, ସୁନ୍ଦରଗଡ଼ରେ ୨୧୦ ରୋଗୀ ଚିହ୍ନଟ ହୋଇଛନ୍ତି । ଗତକାଲି ୨୦୯ ଜଣକ ସାମ୍ପୁଲରୁ ୧୯ ଜଣ ପଜିଟିଭ ଚିହ୍ନଟ ହୋଇଥିବା ସୂଚନା ମିଳିଛି । Post navigation ଦେଶକୁ ଚକ୍ରବ୍ୟୁହରେ ଫସେଇ ଦିଆଯାଇଛି କହି ସରକାରଙ୍କୁ ଟାର୍ଗେଟ କଲେ ରାହୁଲ ଶିମିଳିପାଳରେ କଳାବାଘ ସଫାରୀ ପାଇଁ ମିଳିଲା ଅନୁମତି