ସପ୍ତଦଶ ସଂସଦର ପ୍ରଥମ ଅଧିବେଶନ ଆଜି ଆରମ୍ଭ ହୋଇଛି। ପ୍ରଥମ ଦିନରୁ ଅନେକ ବାଦ ବିବାଦ ଦେଖିବାକୁ ମିଳିଛି।ଏହାମଧ୍ୟରେ ଜଗନ୍ନାଥ ଧାମ ପୁରୀରେ ବର୍ନ ୟୁନିଟ ଖୋଲିବା ପାଇଁ ଦାବି ଜଣାଇଛନ୍ତି ସାଂସଦ ସମ୍ବିତ ପାତ୍ର । ମେ ୨୯ ତାରିଖ ଚନ୍ଦନ ଯାତ୍ରା ସମୟରେ ନରେନ୍ଦ୍ର ପୁଷ୍କରିଣୀରେ ବାଣ ବିସ୍ପୋରଣ ହୋଇ ଦୁର୍ଘଟଣା ଘଟିଥିଲା । ଏହି ଦୁର୍ଘଟଣାରେ ୧୭ ଜଣଙ୍କ ପ୍ରାଣହାନୀ ହୋଥିବା ବେଳେ ଅନେକ ଗୁରୁତର ହେଇଥିଲେ। ଅନେକଙ୍କୁ ଉଚିତ ସମୟରେ ଚିକିତ୍ସା ମିଳିପାରିନଥିଲା। ମହାପ୍ରଭୁ ଜାଗନ୍ନାଥଙ୍କ ଧାମ ପୁରୀରେ ଏଭଳି ଅଘଟଣ ଲୋକଙ୍କ ମନରେ ଆଲୋଡନ ସୃଷ୍ଟି କରିଥିଲା।

ତେଣୁ ଏଭଳି ଅଘଟଣର ନିରାକରଣ ତଥା ଏଭଳି ପରିସ୍ଥିତିକୁ ଏଡ଼ାଇବା ପାଇଁ ପ୍ରଥମ ଦିବସରେ ସାଂସଦ ସମ୍ବିତ ପାତ୍ର ସଂସଦର ଜିରୋ ଆୱାରରେ ଏହି ଦାବି ଉପସ୍ଥାପନ କରିଛନ୍ତି। ପୁରୀ ଶ୍ରୀ ଜଗନ୍ନାଥ ମେଡ଼ିକାଲ କଲେଜ ଓ ହସ୍ପିଟାଲରେ ବର୍ନ ୟୁନିଟ ଖୋଲିବା ପାଇଁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି ।

Leave a Reply

Your email address will not be published. Required fields are marked *