ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଗିରଫ ପାଇଁ ଦାବି । ବିଧାନସଭାରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଗିରଫ ଦାବି କରିଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ । ସେ କହିଛନ୍ତି ଗୃହ ଭିତରେ ରାଜ୍ୟପାଳଙ୍କ ଅଭିଭାଷଣ ବେଳେ ବିଶୃଙ୍ଖଳା ସୃଷ୍ଟି କରିଥିବାରୁ ନବୀନ ପଟ୍ଟନାୟକଙ୍କୁ ଗିରଫ କରାଯାଉ । ରାଜ୍ୟପାଳଙ୍କ ଅଭିଭାଷଣ ସମୟରେ ବାଧା ସୃଷ୍ଟି କରିବା ଦଣ୍ଡନୀୟ ଅପରାଧ ଏବଂ ଅସାମ୍ବିଧାନିକ । ଏହାସହ ବିରୋଧୀ ଦଳ ନେତା ଗୃହର ନିୟମ ବାରମ୍ବାର ଭଙ୍ଗ କରୁଛନ୍ତି । ଅନ୍ୟପଟେ ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶଙ୍କ ଦାବିକୁ ହାସ୍ୟାସ୍ପଦ କହିଛନ୍ତି ବିଜେଡି ବିଧାୟକ ଅରୁଣ ସାହୁ। ସେ କହିଛନ୍ତି ସେମାନେ ଅନଭିଜ୍ଞ । ପୂର୍ବରୁ ବିଧାନସଭା କି ସାଂସଦର ପ୍ରସିଡିଙ୍ଗରେ ଗିରଫଦାରୀ କେବେ ଦେଖିନି । ନୂଆକରି ସରକାରୀ ଦଳକୁ ଆସିଛି ବିଜେପି । ଠିକ୍ ଭାବେ ରୁଲସ୍ ଆଣ୍ଡ ପ୍ରସିଜିଓର ଜାଣି ନାହାନ୍ତି, ଭଲଭାବେ ପଢ଼ନ୍ତୁ । ବିଧାନସଭା ସୁରୁଖୁରୁରେ ଚଳାଇବା ସରକାରୀ ଦଳର କାମ । ସେ ଆଉ ମଧ୍ୟ କହିଛନ୍ତି ଏଥିପାଇଁ ପ୍ରଥମେ ବିଜନେସ ଆଡ୍ଭାଇଜାରୀ କମିଟି ଗଠନ କରିବା କଥା । ଦୁଃଖ ଓ ପରିତାପର କଥା ଏହା ଗତକାଲିଠୁ ହୋଇପାରିନି । ବିଜେପି ସରକାର ଚଳାଇବାରେ ଅକ୍ଷମ । ସେପଟେ ବିଧାନସଭାରେ ଅପରାହ୍ନରେ ପ୍ରବଳ ହଟ୍ଟଗୋଳ ଯୋଗୁଁ ଗୃହ କାଲିଯାଏଁ ମୁଲତବୀ ହୋଇଛି । ଓଡିଆ ଅସ୍ମିତା ପ୍ରସଙ୍ଗରେ ଗୃହରେ ହୋହଲ୍ଲା, ହଙ୍ଗାମା କରିଛନ୍ତି ବିରୋଧୀ ବିଜେଡି ଓ କଂଗ୍ରେସ । ରାଜ୍ୟପାଳଙ୍କ ପୁଅ ମାମଲାରେ ବିରୋଧୀଙ୍କ ହୋହଲ୍ଲା ପରେ ବାଚସ୍ପତିଙ୍କ ପୋଡ଼ିୟମ ଉପରକୁ ଚଢ଼ି ମାଇକ ଭାଙ୍ଗି ଦେଇଥିଲେ ବିଜେଡି ବିଧାୟକ ଧ୍ରୁବ ସାହୁ ।ଅଚଳାବସ୍ଥାକୁ ଦେଖି ବାଚସ୍ପତି ଆସନ୍ତାକାଲି ପର୍ଯ୍ୟନ୍ତ ଗୃହକୁ ମୁଲତବି ଘୋଷଣା କରିଥିଲେ ବାଚସ୍ପତି। Post navigation ସାଢ଼େ ୩ ହଜାର କମିଲା ସୁନା ଦର କେନ୍ଦ୍ରୀୟ ବଜେଟ୍ ନେଇ ଅସନ୍ତୋଷ ପ୍ରକାଶ କଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ